ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଶ୍ରେଣୀ ରେଜଲ୍ଟ !

 ଛାତ୍ରଛାତ୍ରୀମାନେ ନିଜର ରୋଲ୍ ନମ୍ବର, ସ୍କୁଲ କୋଡ୍ ଓ ଜନ୍ମ ତାରିଖ ଦେଇ ସେମାନଙ୍କ ରେଜଲ୍ଟ ଦେଖିପାରିବେ

ଆଜି ପ୍ରକାଶ ପାଇବ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଏଜୁକେସନ ତଥା ସିବିଏସ୍‌ଇର ଦଶମ ଶ୍ରେଣୀ ପରୀକ୍ଷାଫଳ । ଆଜି ଅପରାହ୍ନ ୪ ଟାରେ ବୋର୍ଡର ୱେବ୍‌ ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ । ଅପରାହ୍ନ ୪ଟାରେ ପରୀକ୍ଷା ଫଳ ସିବିଏସ୍‌ଇର ୱେବସାଇଟ୍ cbse.nic.inରେ ଉପଲବ୍ଧ ହେବ ।  ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଅନିଲ ସ୍ୱରୂପ ସୂଚନା ଦେଇଛନ୍ତି ।

ଛାତ୍ରଛାତ୍ରୀମାନେ ବୋର୍ଡ ଦ୍ୱାରା ଦିଆଯାଇଥିବା ୱେବ୍‌ ସାଇଟ୍‌ www.results.nic.in, www.cbse.nic.in, www.results.gov.in ଓ www.cbse.examresults.nic.in ରେ ନିଜର ଫଳାଫଳ ଦେଖିପାରିବେ । ଏହା ବ୍ୟତୀତ ପ୍ରଥମଥର ପାଇଁ ଗୁଗୁଲ ଡଟ କମ ଓ ଉମଙ୍ଗ ଆପରେ ମଧ୍ୟ ଫଳ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ନିଜର ରୋଲ୍ ନମ୍ବର, ସ୍କୁଲ କୋଡ୍ ଓ ଜନ୍ମ ତାରିଖ ଦେଇ ସେମାନଙ୍କ ରେଜଲ୍ଟ ଦେଖିପାରିବେ ।

ଗତ ମାର୍ଚ୍ଚ ୫ରୁ ଏହି ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୪ରେ ଶେଷ ହୋଇଥିଲା। ପ୍ରଶ୍ନପତ୍ର ଲିକ୍‌ ଘଟଣା ନେଇ ଚଳିତ ବର୍ଷ ସିବିଏସ୍‌ଇ ପରୀକ୍ଷାରେ ଅନେକ ସମସ୍ୟା ଦେଖାଦେଇଥିଲା । ସାରା ଦେଶରୁ  ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିବାବେଳେ ଓଡିଶାରୁ ୧୮ ହଜାର ଛାତ୍ରଛାତ୍ରୀ ଚଳିତ ବର୍ଷ ଦଶମ ପରୀକ୍ଷା ଦେଇଥିଲେ ।

ପଢନ୍ତୁ ;

ବାବା ରାମଦେବ ଲଞ୍ଚ କଲେ ପତଞ୍ଜଳି ସିମ୍ ! ୧୪୪ ଟଙ୍କାରେ ମିଳିବ ୨ ଜିବି ଡାଟା ସହ ୫ ଲକ୍ଷ ଟଙ୍କାର ଜୀବନ ବୀମା

Related posts

କେନ୍ଦୁଝର:ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ

କଟକ ଏସସିବି ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ

ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ