କେନ୍ଦ୍ର ସରକାର: ଭାରତ ଓ ଶ୍ରୀଲଙ୍କାକୁ ଯୋଡୁଥିବା ରାମ ସେତୁକୁ ଭଙ୍ଗାଯିବ ନାହିଁ

ଭଙ୍ଗା ହେବନି ରାମ ସେତୁ

ଭାରତ ଓ ଶ୍ରୀଲଙ୍କାକୁ ଯୋଡୁଥିବା ରାମ ସେତୁକୁ ଦେଶର ହିତ ଉଦ୍ଦେଶ୍ୟରେ ଭଙ୍ଗାଯିବ ନାହିଁ ବୋଲି କେନ୍ଦ୍ର ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ତା’ର ସତ୍ୟପତ୍ରରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କୁ କହିଛି କି, ସେତୁସମୁଦ୍ରମ୍‌ ପ୍ରକଳ୍ପ ବିରୋଧରେ ବିଜେପି ନେତା ସୁବ୍ରମଣିଆନ୍‌ ସ୍ୱାମୀଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ମାମଲାକୁ ଏବେ ସରକାରଙ୍କ ପ୍ରତିଶ୍ରୁତି ଆଧାରରେ ଶେଷ କରାଯାଉ।ଫାଇଲ୍‌ କରାଯାଇଥିବା ସତ୍ୟପତ୍ରରେ ମନ୍ତ୍ରାଳୟ କହିଛି ଯେ ରାମ ସେତୁକୁ ନଷ୍ଟ ନ କରି ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସେତୁସମୁଦ୍ରମ୍‌ ସିପ୍‌ ଚାନେଲ୍‌ ପ୍ରକଳ୍ପକ ପାଇଁ ବିକଳ୍ପ ଉପାୟ ଖୋଜାଯିବ।

ରାମ ସେତୁକୁ ପ୍ରଭାବିତ ନ କରି ‘ସେତୁସମୁଦ୍ରମ୍‌ ପ୍ରୋଜେକ୍ଟ’ କାମକୁ ଆଗକୁ ବଢାଇବାକୁ ଯୋଜନା କରାଯିବ ବୋଲି କେନ୍ଦ୍ର ନୌପରିବହନ ମନ୍ତ୍ରଣାଳୟ ସୂଚନା ଦେଇଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବରରେ ‘ସେତୁସମୁଦ୍ରମ୍‌ ପ୍ରୋଜେକ୍ଟ’ ପାଇଁ ରାମ ସେତୁ ଖନନ କରାଯାଇ ପାରିବ କି ନା ବୋଲି କେନ୍ଦ୍ର ସରକାରଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ଏକ ସ୍ପଷ୍ଟୀକରଣ ମାଗିଥିଲେ।

ପଢନ୍ତୁ;

ମାନବ ଚାଲାଣ ମାମଲା: ଗାୟକ ଦଲେର ମେହେନ୍ଦି ଦୋଷୀ ସାବ୍ୟସ୍ତ, ୨ ବର୍ଷ ଜେଲ

Related posts

ଭିଏତନାମ ରାଷ୍ଟ୍ରପତିଙ୍କ ପରଲୋକ

ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସରେ ଅଗ୍ନିକାଣ୍ଡ

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା