ମୁମ୍ବାଇରେ ଚାର୍ଟର୍ଡ ବିମାନ ଦୁର୍ଘଟଣା ଗ୍ରସ୍ତ,ଚାଲିଗଲା ୫ ଜୀବନ

ହୁତୁହୁତୁ ହୋଇ ଜଳିଗଲା ବିମାନ

ମୁମ୍ବାଇର ଘାଟକୋପର ଜନଗହଳିପୂର୍ଣ୍ଣ ଇଲାକାରେ ଆଜି ଏକ ଚାର୍ଟର୍ଡ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ପାଇଲଟ, ଦୁଇ ଜଣ ଇଞ୍ଜିନିୟର ଓ ଜଣେ ଲୋକ ସାମିଲ ଅଛନ୍ତି। ବିମାନ ଯେଉଁ ସମୟରେ ଦୁର୍ଘଟଣାର ଶିକାର ହେଲା ସେହି ଜାଗାରେ ଲୋକଙ୍କ ଯିବା ଅାସିବା ଲାରି ରହିଥିଲା। ପାଇଲଟଙ୍କ ବ୍ୟତୀତ ଏହି ବିମାନରେ ଦୁଇ ଜଣ ଟେକ୍ନିସିଆନ ମଧ୍ୟ ବସିଥିଲେ।

ଘଟଣାସ୍ଥଳରେ ଦମକଳ ଓ ଆମ୍ବୁଲାନ୍ସ ମୁତୟନ କରାଯାଇଛି। ସର୍ବୋଦୟ ନଗରଠାରେ ଥିବା ଏକ ନିର୍ମାଣଧିନ କୋଠା ଉପରେ ବିମାନଟି ଖସି ପଡ଼ିଥିଲା। ୨୦୧୪ରେ ୟୁପି ସରକାର ଏହି ବିମାନକୁ ଏକ ଘରୋଇ କମ୍ପାନୀ ୟୁଆଇ ଏଭିଏସନ ପ୍ରାଇଭେଟ ଲି.କୁ ବିକ୍ରି କରିଦେଇଥିଲେ। ବିମାନଟି ଜୁହୁ ବିମାନ ବନ୍ଦର ଅଭିମୂଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ଜାଗୃତି କୋଠା ନିକଟରେ ଥିବା ଏକ ନିର୍ମାଣଧିନ ଘର ଉପରେ ଖସି ପଡ଼ିବା ସହ ସେଥିରେ ନିଆଁ ଲାଗି ଯାଇଥିଲା। ବିମାନଟି ସନ୍ତୁଳନ ରକ୍ଷା କରି ନପାରି ଏଭଳି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ବିମାନଟିକୁ ପରୀକ୍ଷାମୂଳକ ଭାବେ ଆକାଶରେ ଉଡ଼ା ଯାଉଥିଲା।

ପଢନ୍ତୁ; ମଧୁମେହ ରୋଗରୁ ରକ୍ଷା ଦେଇଥାଏ “ଜାମୁକୋଳି” ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ଏୟାରସେବା 2.0ର ଶୁଭାରମ୍ଭ କଲେ ସୁରେଶ ପ୍ରଭୁ

ଉତ୍ତରପ୍ରଦେଶରେ ଚାଷୀଙ୍କ ଋଣ ଶୁଝିଲେ ଅମିତାଭ

କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୫୦ ମୃତ