ଜୀବନସାଥୀଙ୍କ ସହ କଥା ହେବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଜୀବନସାଥୀଙ୍କ ସହ କଥା ହେବା ପୂର୍ବରୁ ଧ୍ୟାନ ଦିଅନ୍ତୁ

ଆଜିକାଲି ଯୁବତୀମାନେ ମଧ୍ୟ ନିଜର ମନ କଥା କହିବା ପାଇଁ ସୋସିଆଲ ମିଡ଼ିଆର ସାହାରା ନେବା ଆରମ୍ଭ କରି ସାରିଲେଣି । ପ୍ରେମ ନିବେଦନ କରିବାର ସୋସିଆଲ ମିଡ଼ିଆ ଏକ ମାଧ୍ୟମ ପାଲଟି ଗଲାଣି ।ବେଳେବେଳେ ଚାଟ୍‌ କରିବା ସମୟରେ ଆପଣ କିଛି ଏମିତି ଲେଖି ଦିଅନ୍ତି ଯାହା ଆପଣଙ୍କ ସାଥୀଙ୍କୁ ଖରାପ ଲାଗିବା ସହ ସେ ଆପଣଙ୍କ ଉପରେ ଇମ୍ପ୍ରେସ ହେବା ପରିବର୍ତ୍ତେ ଆପଣଙ୍କଠାରୁ ଦୂରକୁ ଚାଲି ଯାଆନ୍ତି ।

ଯଦି ଆପଣ ଆପଣଙ୍କ ସାଥୀଙ୍କ ସହ କଥା ହେଉଛନ୍ତି ତେବେ ତରବରିଆ ଭାବରେ କିଛି ବି କୁହନ୍ତୁ ନାହିଁ । ସଠିକ୍‌ ସମୟକୁ  ଅପେକ୍ଷା କରନ୍ତୁ । ସମୟ ପୂର୍ବରୁ ଯଦି ଆପଣ କିଛି ସେପରି କହୁଛନ୍ତି ତେବେ ଏହାର ପରିଣାମ ଖରାପ ହୋଇପାରେ । କାରଣ ସଠିକ୍‌ ସମୟରେ କୁହାଯାଇଥିବା କଥାର ପ୍ରଭାବ ଅଧିକ ହୋଇଥାଏ ।
ଯଦି ଆପଣ ବହୁତ ଦିନରୁ ଜଣଙ୍କୁ ପସନ୍ଦ କରୁଛନ୍ତି, ତାଙ୍କ ସହ କଥା ହେବାକୁ ଚାହୁଛନ୍ତି ତେବେ ପୂର୍ବ ପ୍ରସ୍ତୁତି କରି ନିଅନ୍ତୁ । ତାଙ୍କ ପସନ୍ଦ ନାପସନ୍ଦ ଭଲ ଭାବରେ ଜାଣି ନିଅନ୍ତୁ । ଯାହାଦ୍ୱାରା ଆପଣ ତାଙ୍କ ବିଷୟରେ ଏତେ ଜାଣିଛନ୍ତି ଭାବି ସେ ଆପଣଙ୍କ ଆଡ଼କୁ ଆକର୍ଷିତ ହେବେ ।

ନିଜର ଭଲ ସ୍ୱଭାବ ଦେଖାଇବା ସହ କନ୍‌ଫିଡ଼େଣ୍ଟ ହୋଇ କଥା ହୁଅନ୍ତୁ । ସହଜ ଏବଂ ସ୍ୱାଭାବିକ ଢ଼ଙ୍ଗରେ କଥା ହୋଇ ଆପଣ ତାଙ୍କୁ ଇମ୍ପ୍ରେସ କରି ପାରିବେ ।

କଥା ହେବା ପାଇଁ କିଛି ମଜାଦାର ବିଷୟ ବାଛନ୍ତୁ । ଯେଉଁ କଥା ଆପଣ ଦୁଇ ଜଣଙ୍କୁ ହସାଇବା ସହ ଆପଣଙ୍କ ସାଥୀକୁ ଇମ୍ପ୍ରେସ କରାଇବାରେ ସାହାଯ୍ୟ କରିବ ।

ପଢନ୍ତୁ ;

ଆପଣଙ୍କର ସାନ ଭାଇଭଉଣୀ ଅଛନ୍ତି କି ?ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Related posts

ଗୋରା ରଙ୍ଗ ପାଇଁ ଇଚ୍ଛୁକ କି? ଆପଣାନ୍ତୁ ସହଜ ଉପାୟ

ଫିଡସ୍ ଭଳି ରୋଗକୁ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି

ସିଝା ବାଦାମ୍ ଦିଏ ଅନେକ ରୋଗରୁ ମୁକ୍ତି, ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ