ମାଡ଼ି ଆସୁଛି ସମସ୍ୟା ; ଭାରତକୁ ଚାରିପଟୁ ଘେରିବାକୁ ଉଦ୍ୟମ ଚଳାଇଛି “ଚୀନ୍‌”

ଚୀନର ଚକ୍ରାନ୍ତ ପଦାରେ ପଡିଛି । ଭାରତ –ଚୀନ ସୀମାରେ ପୁଣିଥରେ ଚୀନ ଆରମ୍ଭ କରିଦେଇଛି  କଳାକାରନାମା । ଯାହାକୁ ନେିଇ  ସୀମାରେ ଭୟଙ୍କର ପରିସ୍ଥିତି  ସୃଷି ହେବାକୁ ଯାଉଛି । ଭାରତକୁ ଲାଗି ପାକିସ୍ତାନୀ ବନ୍ଦରରେ ଚୀନ ଏହାର ବୁଡ଼ା ଜାହାଜ ମୁତୟନ କରିଥିବା ବେଳେ ପୁଣି ଡୋକଲାମରେ ଉତ୍ତେଜନା ସୃଷ୍ଟି କରିଛି। ଗତ ବର୍ଷ ଯେଉଁ ଡୋକଲାମକୁ ନେଇ ଭାରତ ଓ ଚୀନ ମଧ୍ୟରେ ୭୦ ଦିନ ଧରି ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିଲା ଚୀନ ସେଠାରେ ପୁଣି ଦାଦାଗିରି ଆରମ୍ଭ କରିଛି। ଭୁଟାନର ଏହି ଅଞ୍ଚଳକୁ ଚୀନ ସେନା ସଂପୂର୍ଣ୍ଣ ଭାବେ ନିଜ କବଜାକୁ ନେଇଯାଇଛନ୍ତି। କେବଳ ସେତିକି ନୁହେଁ, ସେଠାରେ ସମରସଜ୍ଜା ମଧ୍ୟ ଆରମ୍ଭ ହୋଇଯାଇଛି।

ଉପଗ୍ରହ ଚିତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବିବାଦୀୟ କ୍ଷେତ୍ରରେ ଚୀନ୍‌ ୭ଟି ହେଲିପ୍ୟାଡ, ସେନାଙ୍କ ରହିବା ପାଇଁ ୧୦ଟି ସ୍ଥାୟୀ ଶିବିର ନିର୍ମାଣ ସାରିଛି। ଏଥି ସହିତ ଏକାଧିକ ସୁଡ଼ଙ୍ଗର ନିର୍ମାଣକାର୍ଯ୍ୟ ମଧ୍ୟ ଜାରି ରହିଥିବା ଖବର ମିଳିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେହି ଇଲାକାରେ ଚୀନ୍‌ର ଅନେକ ବୁଲେଟ ପ୍ରୁଫ୍‌ ଯାନବାହାନର ଚଳପ୍ରଚଳ ଏବଂ ବିପୁଳମାତ୍ରାରେ ଚୀନ୍‌ ସୈନ୍ୟଙ୍କ ଉପସ୍ଥିତି ଭାରତ ପାଇଁ ଚିନ୍ତାର କାରଣ ହୋଇଛି।

ମିଳିଥିବା ଖବର ମୁତାବକ, ଗତ ୧୦ ତାରିଖରୁ ଚୀନ୍‌ ଯୁଦ୍ଧକାଳୀନ ଭିତ୍ତିରେ ଏହିସବୁ ନିର୍ମାଣ ଜାରି ରଖିଥିବା ଉପଗ୍ରହ ଫଟୋଚିତ୍ରରୁ ଜଣାପଡ଼ିଛି। ପ୍ରାୟ ୧୮୦୦ ଚୀନ୍‌ ସେନା ଏହି ସ୍ଥାନରେ ସ୍ଥାୟୀ ଭାବେ ନିୟୋଜିତ ରହିଛନ୍ତି। ସେହିଭଳି ସିକିମ-ଭୁଟାନ୍‌-ତିବ୍ଦତର ଅତ୍ୟନ୍ତ ସମ୍ବେଦନଶୀଳ ତ୍ରିକୋଣଭୂମିରେ ଚୀନ୍‌ ୭ଟି ହେଲିପ୍ୟାଡ୍‌ ନିର୍ମାଣ କରୁଛି। ଏହି ହେଲିପ୍ୟାଡ୍‌ର ବ୍ୟାସ ୨୫ ମିଟର ହୋଇଥିବା ବେଳେ ଏଠାରେ ଚୀନ୍‌ର ସବୁଠାରୁ ବଡ଼ ହେଲିକପ୍ଟର ଓହ୍ଲାଇ ପାରିବ ବୋଲି କୁହାଯାଉଛି। ଏହି ଅଞ୍ଚଳରେ ପ୍ରବଳ ଥଣ୍ଡା ସତ୍ତ୍ୱେ ଚୀନ୍‌ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କରିଥିବା ମଧ୍ୟ ଉପଗ୍ରହ ଫଟୋରୁ ସ୍ପଷ୍ଟ ହୋଇଛି।

ସେହିପରି ପ୍ରତିପକ୍ଷ ସେନାର ଗତିବିଧି ଅନୁଧ୍ୟାନ ପାଇଁ ମଧ୍ୟ ଏହି ଅଞ୍ଚଳରେ ଏକ ସୁଉଚ୍ଚ ଓ୍ଵାଚ୍‌ ଟାଓ୍ଵାର ନିର୍ମିତ ହୋଇଛି। ଏପରିକି ଭାରତୀୟ ସେନାଙ୍କ ଦଖଲରେ ଥିବା ଏହି ସୀମାର ଟ୍ରେଞ୍ଚଠାରୁ ମାତ୍ର ୧୦ ମିଟର ଦୂରରେ ଏହି ଓ୍ଵାଚ୍‌ ଟାଓ୍ଵାର ରହିିଛି। ଏହି ଟାଓ୍ଵାରରୁ ଗ୍ନଥାଙ୍ଗ ଉପତ୍ୟକାର ଗୁପୁପ୍‌ ଠାରୁ ଜୁଲୁକ୍‌ ଯାଏଁ ଅଞ୍ଚଳର ଅନୁଧ୍ୟାନ କରିହେବ। ଭାରତୀୟ ସେନା ଏହି ଗୁପୁପ୍‌ ଅଞ୍ଚଳରେ ନିଜର କ୍ୟାମ୍ପ କରିଥିବାରୁ ସେନାର ସମସ୍ତ ଗତିବିଧିକୁ ଚୀନସେନା ଅନୁଧ୍ୟାନ କରୁଛି।

ସାଟେଲାଇଟର ଉତ୍ତୋଳିତ ଚିତ୍ର ଅନୁସାରେ ଡୋକଲାମର କେତେକ ଅଞ୍ଚଳରେ ବଡ଼ ସଂଖ୍ୟାରେ ଚୀନ ଟ୍ୟାଙ୍କ ମହଜୁଦ୍‌ ରହିଛନ୍ତି । ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷପଣାସ୍ତ୍ର, ଟ୍ୟାଙ୍କ, ଅସ୍ତ୍ରଶସ୍ତ୍ର ସଜିତ ଗାଡ଼ି ସହ କେତେକ ଅନ୍ୟ ଯୁଦ୍ଧ ଉପକରଣ ସେଠାରେ ରହିଛି । ଏପଟେ ଭାରତ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେଯେ ଡୋକଲାମରେ ମୁତୟନ ଥିବା ଚୀନ ସୈନ୍ୟଙ୍କ ସଂଖ୍ୟା ବହୁ କମ । ସେମାନେ କେତେକ ଭିତ୍ତଭୂମି ବିକାଶ କାର୍ଯ୍ୟରେ ମୁତୟନ ଅଛନ୍ତି । ଅସ୍ଥାୟୀ ରୂପରେ ସେମାନେ ସେଠାରେ ଅଛନ୍ତି । ଉତ୍ତେଜନା ହ୍ରସା କରିବା ପାଇଁ ଦୁଇ ଦେଶ ମଧ୍ୟରେ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁଛି । ମାତ୍ର ଏବେ ଏହି ସାଟେଲାଇଟ ଉତ୍ତୋଳିତ ଚିତ୍ର ସବୁ ଆକଳନକୁ ଭୁଲ ସାବ୍ୟସ୍ତ କରିଛି ।

ପଢନ୍ତୁ ;

ସମସ୍ତ ୧୪ ପ୍ରକାର ୧୦ ଟଙ୍କିଆ କଏନ ବୈଧ : ବିନା ସଙ୍କୋଚରେ ବ୍ୟବହାର କରନ୍ତୁ

Related posts

ଓଡିଶାରେ ୩ ହଜାର କୋଟିର ପୁଞ୍ଜି ନିବେଶ କରିବ ରିଲାଏନ୍ସ

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ