ନେପାଳରେ ହେଲିକାପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ଜଣେ ପାଇଲଟଙ୍କ ସମେତ ୭ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ନେପାଳର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଉକ୍ତ ହେଲିକପ୍ଟରକୁ ପାହାଡ଼ ଉପରେ ଫସି ଯାଇଥିବା ପର୍ବତାରୋହୀଙ୍କୁ ଉଦ୍ଧାର ନିମନ୍ତେ ବ୍ୟବହାର କରାଯାଇଥାଏ।

କାଠମାଣ୍ଡୁରୁ ୮୦କିମି ଦୂର ଉତ୍ତର ପଞ୍ଚିମାଞ୍ଚଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରଶାସନକୁ ସୂଚନା ମିଳିଛି। ଦୁର୍ଘଟଣା ସମୟରେ ହେଲିକପ୍ଟରରେ ୬ଜଣ ଯାତ୍ରୀ ଓ ଜଣେ ପାଇଲଟ ଉପସ୍ଥିତ ଥିଲେ। ଦୁର୍ଘଟଣା ପରେ ଯାତ୍ରୀ ଓ ପାଇଲଟଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଦୁର୍ଘଟଣାଗ୍ରସ୍ତ ହେଲିକାପ୍ଟର୍‌କୁ ଠାବ କରିବା ଲାଗି ଉଦ୍ଧାରକାରୀ ହେଲିକାପ୍ଟର୍‌ଗୁଡ଼ିକ ସମ୍ପୃକ୍ତ ଅଞ୍ଚଳରେ ଅାକାଶମାର୍ଗରୁ ଅନୁସନ୍ଧାନ କରୁଛନ୍ତି। ସୈନିକ ଓ ପୁଲିସ ଉଦ୍ଧାରକାରୀମାନେ ସ୍ଥଳଭାଗରେ ଦୁର୍ଘଟଣାଗ୍ରସ୍ତ ବିମାନଟିକୁ ଖୋଜୁଛନ୍ତି।

ପଢନ୍ତୁ; ରାଜପଥରେ ଏଲପିଜି ଗ୍ୟାସ୍‌ ଟ୍ୟାଙ୍କର୍‌ ଲିକ୍‌

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ