ଫକୀର ମୋହନ ମେଡିକାଲ କଲେଜ ଲୋକାପର୍ଣ କଲେ ମୁଖ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟ ଶିକ୍ଷାରେ ନୂଆ ଯୁଗ ଆରମ୍ଭ

ବାଲେଶ୍ୱରଠାରେ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ମେଡିକାଲ କଲେଜର ନାମକରଣ କରାଯାଇଛି। ଏହି ମେଡିକାଲ କଲେଜ ବାଲେଶ୍ୱର ଜିଲ୍ଲା ସମେତ ଆଖପାଖ ଅଂଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ପରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଧାରା ଆରମ୍ଭ ହୋଇଛି । ଗତବର୍ଷ କୋରାପୁଟ ଓ ମୟୂରଭଞ୍ଜରେ ଦୁଇଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲା।

ଲୋକାର୍ପିତ ଉତ୍ସବରେ ସାମିଲ ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ। ସଭାକୁ ସମ୍ବୋଧିକ କରି ସେ ଆଗକୁ ରାଜ୍ୟର ଭଦ୍ରକ, ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ଖୋଲାଯିବ ବୋଲି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ,ଗତ ଅଗଷ୍ଟ ୩୧ ତାରିଖରେ ବଲାଙ୍ଗୀର ଠାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଆରମ୍ଭ ହୋଇଛି । ଆଗକୁ ରାଜ୍ୟରେ ଆହୁରି ୫ଟି ନୂଆ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି।

ପଢନ୍ତୁ; ରାଷ୍ଟ୍ରୀୟ ଶିକ୍ଷକ ଦିବସ ଅବସରରେ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

Related posts

ତିନି ତଲାକ ଅଧ୍ୟାଦେଶକୁ କ୍ୟାବିନେଟ୍‍ ମଞ୍ଜୁରୀ

ଜାମିନ ଖାରଜ ପରେ ଆତ୍ମସମର୍ପଣ କଲେ ମହିମା ମିଶ୍ର

ହ୍ୱାଟ୍ସଆପ୍‍ ମାଧ୍ୟମରେ ୨୯ ବୟସ୍କା ଯୁବତୀଙ୍କୁ ତିନି ତଲାକ୍‌ ଦେଲେ ୬୨ ବୟସ୍କ ବୃଦ୍ଧ