ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ

ବିଳାସପୁର ଜେଲରୁ କଏଦୀ ଦେଇଛି ଧମକ

ଛତିଶଗଡ଼ର ବିଳାସପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଥିବା ଜଣେ ମାନସିକ ବିକାରଗ୍ରସ୍ତ କଏଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଧମକ ଦେଇ ଏକ ଚିଠି ଲେଖିଥିବା ଜଣାପଡିଛି। ସେ ହେଉଛନ୍ତି କୁଖ୍ୟାତ ଡକାୟତ ପୁଷ୍ପେନ୍ଦ୍ର ଚୌହାନ ଏଭଳି ଧମକପୂର୍ଣ୍ଣ ଚିଠି ପଠାଇଛନ୍ତି। ଏପରିକି ଚିଠିଟି ନିଜେ ଲେଖିଥିବା ସ୍ୱୀକାର ମଧ୍ୟ କରିଛି ପୁଷ୍ପେନ୍ଦ୍ର। ବ୍ୟାଙ୍କ ଲୁଟ ମାମଲାରେ କୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଜେଲ ପରିସରରୁ ଏଭଳି ଚିଠି ଆସିବା ପରେ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଏହି ଚିଠି ଓଡିଶା ସରକାରଙ୍କ ହସ୍ତଗତ ହେବା ପରେ ଏ ସଂକ୍ରାନ୍ତରେ ଛତିଶଗଡ଼ ପୁଲିସ ମହାନିର୍ଦ୍ଦେଶକ ଏ ଏନ ଉପାଧ୍ୟାୟଙ୍କୁ ଅବଗତ କରାଯାଇଥିଲା। ସେ ଏହାର ତଦନ୍ତ ଦାୟିତ୍ଵ ବିଳାସପୁର ଏସପି ଆରିଫ ଶେଖଙ୍କୁ ଦେଇଥିଲେ। ଆରିଫ ଘଟଣାର ଯାଞ୍ଚ କରିବାକୁ ଏଏସପି ନୀରଜ ଚନ୍ଦ୍ରାକରଙ୍କୁ କହିଥିଲେ।

ପଢନ୍ତୁ; ଏସୀୟ କ୍ରୀଡା ୨୦୧୮ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Related posts

ଭିଏତନାମ ରାଷ୍ଟ୍ରପତିଙ୍କ ପରଲୋକ

ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସରେ ଅଗ୍ନିକାଣ୍ଡ

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା