‘ସବୁଜ ମହାନଦୀ ମିଶନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମହାନଦୀ ଲଢେଇ ଜାରି ରହିବ

ମହାନଦୀ ପଠାକୁ ସବୁଜ ବଳୟ ଏବଂ ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ଶୁଭାରମ୍ଭ ହୋଇଛି ସବୁଜ ମହାନଦୀ ମିଶନ୍। ସୁବର୍ଣ୍ଣପୁରରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଚାରା ରୋପଣ କରିବା ସହ ସୁବଜ ମହାନଦୀ ରଥର ଶୁଭାରମ୍ଭ କରିଛନ୍ତି।

ଚଳିତ ବର୍ଷ ସବୁଜ ମହାନଦୀ ମିଶନ ମାଧ୍ୟମରେ ମହାନଦୀ ଓ ଏହାର ଉପନଦୀ ତେଲ ଓ ଇବ୍ ଉପକୂଳ ଅଂଚଳରେ ଉଭୟ ପାଶ୍ୱର୍ରେ ଏକ ସବୁଜ ବଳୟ ସୃଷ୍ଟି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଅଟେ। ତାହା ସହିତ ରାଜ୍ୟର ପ୍ରମୁଖ ନଦୀ ଏବଂ ଉପନଦୀର ଉଭୟ ପାଶ୍ୱର୍ରେ ଆସନ୍ତା ବର୍ଷଠାରୁ ପର୍ଯ୍ୟାୟକ୍ରମେ ବନୀକରଣ କରାଯିବ।

ପାଞ୍ଚ ବର୍ଷରେ ରାଜ୍ୟର ସବୁ ପ୍ରମୁଖ ନଦୀ ଗୁଡ଼ିକର ଉଭୟ ପାର୍ଶ୍ୱରେ ୪୧ ହଜାର ହେକ୍ଟର ସବୁଜ ବଳୟ ତିଆରି କରାଯିବ। ୫ କୋଟିରୁ ଅଧିକ ଚାରା ରୋପଣ କରାଯିବ। ଏଥିପାଇଁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

ପଢନ୍ତୁ; ପାଳଙ୍ଗ ଶାଗ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ସେତିକି ସ୍ୱାସ୍ଥ୍ୟପ୍ରଦ ! ଜାଣନ୍ତୁ ପାଳଙ୍ଗ ଶାଗର ଉପକାରିତା

Related posts

ତାମିଲନାଡ଼ୁରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଗାଜା’ ର ତାଣ୍ଡବ, ୨୦ ମୃତ

ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଦ.ଆଫ୍ରିକା ରାଷ୍ଟ୍ରପତି

ବିଳମ୍ବରେ ଦୀପାବଳି ପାଳିଲେ ଟ୍ରମ୍ଫ