ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନ ନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ ପୂର୍ବରୁ ୨୦୧୩ ଓ ୨୦୧୪ ମସିହାରେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି । ପଶ୍ଚିମ ଓଡ଼ିଶାବାସୀଙ୍କ ସୁବିିଧା ନିମନ୍ତେ ସେଠାରେ ଏକ ସ୍ଥାୟୀ ବେଞ୍ଚ ଜରୁରୀ ବୋଲି ନବୀନ କହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ସ୍ଥାୟୀ ବେଂଚ ପ୍ରତିଷ୍ଠା ଲାଗି ଆବଶ୍ୟକୀୟ ସମ୍ବଳ ଯୋଗାଇ ଦିଆଯିବା ସଂକ୍ରାନ୍ତରେ କେନ୍ଦ୍ରକୁ ସେ ଅବଗତ କରିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତିଯେ, ଆମର ସୁପାରିଶ ଏପର୍ଯ୍ୟନ୍ତ ଫଳପ୍ରସୂ ହୋଇପାରିନାହିଁ । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ତାଙ୍କ ୨୦୧୫ ଅକ୍ଟୋବର ୭, ପତ୍ର ନମ୍ବର ୧୧୦୧୮ରେ ଦର୍ଶାଇଛନ୍ତିଯେ, ଓଡ଼ିଶାର ବିଭିନ୍ନ ଅଂଚଳର ମାମଲା ପରିସଂଖ୍ୟାନ ଅନୁଧ୍ୟାନ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ପ୍ରକ୍ରି୍ରୟା ବନ୍ଦ ରଖିଛନ୍ତି ।

ଓଡ଼ିଶା ସରକାରଙ୍କ ସୁପାରିଶ ଆଧାରରେ ଓଡ଼ିଶା ହାଇକୋର୍ଟଙ୍କ ମତାମତ ଏପର୍ଯ୍ୟନ୍ତ ଫଳପ୍ରସୂ ହୋଇନଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଦର୍ଶାଇ ଏଦିଗରେ କେନ୍ଦ୍ର ସରକାର ତୁରନ୍ତ ନିଷ୍ପତି ନେଇ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଦୁଇଟି ସ୍ଥାୟୀ ବେଂଚ ପ୍ରତିଷ୍ଠା ଲାଗି ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାଦ୍ୱାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଲୋକମାନଙ୍କ ବହୁଦିନର ଆଶା ଆକାଂକ୍ଷା ପୂରଣ ହୋଇପାରିବ ବୋଲି ନବୀନ କହିଛନ୍ତି।

ପଢନ୍ତୁ;ଯାତ୍ରା ସମୟରେ ବିରାଡି ନୁହେଁ , ବରଂ ଏହି ଜୀବଜନ୍ତୁମାନଙ୍କୁ ଦେଖିବା ଅଶୁଭକର

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ