ଆସନ୍ତାକାଲିଠୁ କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌

Untitled 1

ମାତ୍ର ଦିନକ ପରେ ଓଡ଼ିଶାବାସୀଙ୍କୁ ଦେଖିବାକୁ ମିଳିବ ଉଚ୍ଚକୋଟୀର ଟେବୁଲ ଟେନିସ୍। ଆସନ୍ତା ୧୭ରୁ ୨୨ ପର୍ଯ୍ୟନ୍ତ କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଆରମ୍ଭହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌। ଏହି ଚାମ୍ପିଅନସିପରେ ୧୪ ଟି ଦେଶର ଖେଳାଳି ଭାଗ ନେବେ। ଖେଳାଳି ମାନେ କଟକରେ ପହଞ୍ଚୁଥିବାରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କଟକ ଡିସିପି କହିଛନ୍ତି।

ଏବେ ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଉଭୟ ଦଳଗତ ଓ ବ୍ୟକ୍ତିଗତ ଇଭେଣ୍ଟରେ ୧୨ଟି ଦେଶ ଖେଳିବାକୁ ଯାଉଛନ୍ତି। ସେମାନେ ହେଲେ- ଅଷ୍ଟ୍ରେଲିଆ, ବାଂଲାଦେଶ, ସାଇପ୍ରସ୍, ଇଂଲଣ୍ଡ, ମାଲେସିଆ, ଭାରତ, ଶ୍ରୀଲଙ୍କା, ନାଇଜେରିଅ, ସ୍କଟ୍‌ଲାଣ୍ଡ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର ଓ ୱେଲ୍‌ସ।ପ୍ରଥମ ୩ ଦିନ ଦଳଗତ ପ୍ରତିଯୋଗିତା ଖେଳାଯିବ। ୩ୟ ଦିନ ଅପରାହ୍‌ଣରେ ଦଳଗତ ବିଭାଗର ପୁରସ୍କାର ବିତରଣ କରାଯିବ। ୩ୟ ଦିନ; ଅର୍ଥାତ୍ ଶୁକ୍ରବାର ସନ୍ଧ୍ୟାରୁ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରତିଯୋଗିତା ଆରମ୍ଭହେବ ଏବଂ ସୋମବାର ଉଦ୍‌ଯାପନୀ ଦିବସରେ ଏହା ସମ୍ପନ୍ନହେବ।

ପଢନ୍ତୁ: ମୁମ୍ବାଇରେ ଭୁଶୁଡ଼ିଲା ବିଲ୍ଡିଂ, କୋଠା ତଳେ ଫସି ରହିଛନ୍ତି ୪୦ରୁ ଊର୍ଦ୍ଧ୍ଵ ଲୋକ

Related posts

ଶ୍ରୀସନ୍ତଙ୍କ ଉପରୁ ଉଠିଲା ଆଜୀବନ ବାସନ୍ଦ

ଓ୍ବେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ ଟିମ୍‌କୁ ଉଡାଇଦେବାକୁ ଧମକ

ରବି ଶାସ୍ତ୍ରୀଙ୍କ ମୁଣ୍ଡରେ ପୁଣି ସୁନାକଳସ