ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଅସ୍ତ୍ରୋପଚାର

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଓ ଜଟିଳ ଅସ୍ତ୍ରୋପଚାର ଖୁବ୍ ଶୀଘ୍ର ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି। ଏନେଇ ଏମ୍‌ସ୍‌ ପକ୍ଷରୁ ରେକର୍ଡ ବୁକ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖାଯିବ ବୋଲି ଏକ ବିଶ୍ୱସ୍ତ ସୁତ୍ରରୁ ଜଣାପଡ଼ିଛି।

ଜଗା ବଳିଆଙ୍କ ଯୋଡା ମୁଣ୍ଡକୁ ଅସ୍ତ୍ରୋପଚାର ଦ୍ଵାରା ଅଲଗା କରିବା ଓ ସେମାନଙ୍କୁ ସୁସ୍ଥ ରଖିବା ପାଇଁ ଡାକ୍ତର ମାନେ ଯଥାସାଧ୍ୟ ଚେଷ୍ଟା କରିଥିଲେ । ବିନା ବିଦେଶୀ ଡାକ୍ତରଙ୍କ ସହାୟତାରେ ଏମ୍‌ସ୍‌ର ୧୨ଟି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରୀ ଦଳ ଏହି ଜଟିଳ ଅସ୍ତ୍ରୋପଚାରକୁ ସକ୍ଷମ କରିଥିଲେ ଏବୋଂ  ଅସ୍ତ୍ରୋପଚାର ପରେ ଦୁଇ ଶିଶୁ ବିପଦମୁକ୍ତ ଅଛନ୍ତି ।  ପ୍ରମାଣ ସ୍ୱରୂପ ଅସ୍ତ୍ରୋପଚାରର ସମସ୍ତ ପ୍ରକ୍ରିୟା ଓ ଭିଡିଓ ରେକର୍ଡିଂ ସହ ଏହି ଅସ୍ତ୍ରୋପଚାରକୁ ରେକର୍ଡ ବୁକରେ ସାମିଲ କରିବା ପାଇଁ ଆବେଦନ କରାଯିବ। ଏହାବାଦ୍ ଦ୍ୱିତୀୟ ପର୍ୟ୍ୟାୟ ଅସ୍ତ୍ରୋପଚାରର ଜଟିଳତା ସମ୍ପର୍କିତ ବିବରଣୀ ଆନ୍ତର୍ଜାତିକ ସ୍ତରୀୟ ପତ୍ରିକାରେ ପ୍ରକାଶ କରାଯିବ।

ଏପଟେ, ଜଗା ଓ ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଲଗାତାର ସୁଧାର ଆସୁଛି । ରକ୍ତ ସଞ୍ଚାଳନ, ସ୍ନାୟୁଗତ ବିକାଶରେ ଯଥେଷ୍ଟ ଉନ୍ନତି ହେଉଛି। ଦ୍ରୁତ ଗତିରେ ଜଗା ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବାବେଳେ ଧିରେ ଧିରେ ବଳିଆର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେଉଛି । ବଳିଆର ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ମାନଦଣ୍ଡ ସକାରାତ୍ମକ ଥିବାରୁ ଆଉ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି। ତେବେ ସେମାନଙ୍କ ଭେଷଜ ସ୍ଥିତିର ଆକଳନ ପାଇଁ ଆମେରିକାର କିଛି ବିଶିଷ୍ଟ ବିଶେଷଜ୍ଞଙ୍କୁ ପରାମର୍ଶ କରାଯାଇଛି।

ସେପଟେ ଦୁଇ ଶିଶୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପୁରା ଓଡିଶା ବାସୀ । ଏଥିପାଇଁ ଜଗନ୍ନାଥ ସେନା ପକ୍ଷରୁ ମହାପ୍ରଭୁଙ୍କ ଆର୍ଶୀବାଦ ପୂର୍ବକ ପୁରୀ ଶ୍ରୀମନ୍ଦିରରୁ ନିଆଯାଇଛି ନୀଳଚକ୍ର-କପିକେତନ ବାନା । ଏହି ବାନାକୁ ନେଇ ଏମ୍‌ସ୍‌ରେ ନିୟୁରୋ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ରଙ୍କୁ ଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

 

ପଢନ୍ତୁ, ବାସ୍ତୁଶାସ୍ତ୍ର ଅନୁସାରେ ଗାଧୁଆଘରେ କେଉଁଠାରେ ଆଇନା ଲଗାଇଲେ କଣ ଫଳ ମିଳେ ଜାଣନ୍ତୁ

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବଡ ବିପଦ

ଜାପାନରେ ଭୟଙ୍କର ଭୂମିକମ୍ପ:୬.୧ ତୀବ୍ରତାରେ ଥରିଲା ପୂରା ସହର

ଫେସ୍‌ବୁକ୍‌ରେ ନିଜର ଲୋକେସନ ସେୟାର କରି ଫଶିଗଲେ ମହିଳା