ପଙ୍ଖାରେ ଝୁଲିଲେ ପ୍ରେମିଯୁଗଳ : କୋଲକାତାରୁ ଆସି ରାଜଧାନୀରେ ଆତ୍ମହତ୍ୟା !

ହୋଟେଲ ରୁମ୍‌ରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱରରେ ଚାଞ୍ଚଲ୍ୟ । ହୋଟେଲ୍‌ରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଶୋକ ନଗରସ୍ଥିତ ହୋଟେଲ ସେନାପତି ହୋଟେଲ୍‌ ରୁମ୍‌ରୁ ସନ୍ଧ୍ୟାରେ ଏକ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାଁ ଶୁଭଙ୍କର ମାଝୀ ଓ ଯୁବତୀଙ୍କ ନାଁ ଟୁମ୍ପାରାଣୀ ପଖିରା । ପୁଲିସ ହୋଟେଲ ରୁମରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି ।

ପ୍ରେମୀଯୁଗଳ ରହୁଥିବା ‘ହୋଟେଲ ସେନାପତି’ର ଏକ ରୁମ୍‌ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ସୂଚନା ପାଇ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ ପହଞ୍ଚିବା ବେଳକୁ ହୋଟେଲ୍‌ ରୁମ୍‌ ବନ୍ଦ ଥିବାରୁ କବାଟ ଭଙ୍ଗା ଯାଇଥିଲା । ରୁମ୍‌ ଖୋଲିବା ବେଳକୁ ହୋଟେଲ୍‌ ରୁମ୍‌ର ଏକ ପଙ୍ଖାରେ ଯୁବତୀ ଜଣକ ନିଜର ଓଢ଼ଣୀ ଓ ଯୁବକ ଜଣକ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା ।

ଉଭୟଙ୍କ ଘର ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି।  ଗତ ୨୨ ତାରିଖରୁ ସେମାନେ ହୋଟେଲର ରହି ଆସୁଥିଲେ। କମିଶନରେଟ୍‌ ପୋଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ । ପୋଲିସ୍ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ପଢନ୍ତୁ ;

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ !

Related posts

କରଜ ସୁଝିବା ପାଇଁ ବିଭିନ୍ନ କମ୍ପାନୀର ନିଜ ଅଂଶ ବିକ୍ରି କରିବେ ମୁକେଶ ଅମ୍ବାନୀ

ଆଜି ତାଳଚେରର ପ୍ରସିଦ୍ଧ ହେଙ୍ଗୁଳା ଯାତରେ ଶୁଣିବା ହୃଦୟସ୍ପର୍ଶୀ ଭଜନ “ଆସୁଛି ହେଙ୍ଗୁଳା ଯାତ”

୮୦.୫ କୋଟି ବ୍ୟୟରେ ନିର୍ମାଣ ହୋଇଛି ନୂଆ ସାଂସଦଙ୍କ ରହଣି ପାଇଁ ଅସ୍ଥାୟୀ ଗେଷ୍ଟହାଉସ୍