ମହାରାଷ୍ଟ୍ର ଔରଙ୍ଗାବାଦରେ ପାଣି ପାଇଁ ଗୋଷ୍ଠୀ ସଂଘର୍ଷ,ଜଣେ ମୃତ ୩୦ରୁ ଅଧିକ ଆହତ

ଗତକାଲି ମହାରାଷ୍ଟ୍ର ଔରଙ୍ଗାବାଦରେ ପାନୀୟ ଜଳକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତେଜନା ଦେଖାଯିବା ପରେ ଘଟଣା ସାଂପ୍ରଦାୟିକ ହିଂସାର ରୂପ ନେଇଛି । ଏକ ଧାର୍ମିକ ସ୍ଥଳକୁ ବେଆଇନ୍‌ ଭାବେ କରାଯାଇଥିବା ଜଳ ସଂଯୋଗକୁ ବିଚ୍ଛିନ୍ନ କରିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ଏହି ଉତ୍ତେଜନାରେ ଜଣେ ପ୍ରାଣ ହରାଇଥିବାବେଳେ ୩୦ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଛନ୍ତି। ରାଜ୍ୟର ଗୃହମନ୍ତ୍ରୀ ଲୋକଙ୍କୁ ଶାନ୍ତିର ଅପିଲ କରିବା ସହ ଗୁଜବକୁ ଦୃଷ୍ଟି ନଦେବାକୁ କହୁଛନ୍ତି। ହିଂସା ବେଳେ ପ୍ରାୟ ୧୦୦ଦୋକାନ ଘରେ ନିଆଁ ଲଗାଇଦେଇଛନ୍ତି ଦୁର୍ବତ୍ତ।ପୁରୁଣା ଔରଙ୍ଗାବାଦ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି।

ଉତ୍ତ୍ୟକ୍ତ ଜନତା ରାସ୍ତାରେ ଆକ୍ରମଣ କରିବା, ଘରବାଡ଼ି ପୋଡ଼ାପୋଡ଼ି କରିବା ଆଦି ଦୃଶ୍ୟ ବିଭିନ୍ନ ଫୁଟେଜ୍‌ରେ ଦେଖାଯାଉଛି। ପାହାନ୍ତାରେ ପୁଲିସ ଗୁଳି ଚଳାଉଥିବା ଏବଂ ଲୁହବୁହା ବାଷ୍ପ ପ୍ରୟୋଗ କରୁଥିବାର ଫୁଟେଜ୍‌ ମଧ୍ୟ ମିଳିଛି।

ପଢନ୍ତୁ; କର୍ଣ୍ଣାଟକରେ ଆଜି ମତଦାନ!

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ