ତାମିଲନାଡ଼ୁରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଗାଜା’ ର ତାଣ୍ଡବ, ୨୦ ମୃତ

ଘୂର୍ଣ୍ଣିଝଡ଼ ‘ ଗାଜା’ ଆଜି ଭୋର ସମୟରେ ତାମିଲନାଡୁର ନାଗାପାଟିନମ୍‌ରେ ଉପକୂଳ ଛୁଇଁଛି। ଉପକୂଳ ଛୁଇଁବା ସମୟରେ ଘଣ୍ଟାପ୍ରତି ପବନର ବେଗ ୧୨୦ କି.ମି ଥିଲା। ଘୂର୍ଣ୍ଣିଝଡ ଉପକୂଳ ଛୁଇଁବା ପରେ କଡଲୂର, ନାଗପଟ୍ଟିନମ, ଥୋଣ୍ଡି, ପମ୍ବନ ତଥା କରାଇକଲ ଏବଂ ପଣ୍ଡିଚେରୀରେ ୩ରୁ ୮ ସେଂଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇଥିବା ସୂଚନା ମିଳିଛି ।

ଏହାର ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କ ମୃତ୍ୟ ହେବା ସହ ତାମିଲନାଡ଼ୁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ‘ଗାଜା’ ପ୍ରଭାବରେ ପ୍ରବଳ ପବନ ଯୋଗୁଁ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି । ବହୁ ଘରର ଛପର ମଧ୍ୟ ଉଡ଼ିଯାଇଛି।

ଏନଡିଆରଏଫ ଓ ଏସଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ‘ଗାଜା’ର ପ୍ରଭାବରେ ତାମିଲନାଡ଼ୁର ଉପକୂଳ ଅଞ୍ଚଳରେ ପବନ ବହିବା ସହ ପ୍ରବଳ ବର୍ଷା ଲାଗି ରହିଛି ।

ପଢନ୍ତୁ; ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଯାଉଛି କି? ଜାଣନ୍ତୁ ଏହାର କାରଣ କଣ ହୋଇପାରେ

Related posts

ଜରିନ୍‌ ଖାନ୍‌ଙ୍କ କାର ସହ ପିଟି ହୋଇ ବାଇକ୍‌ ଆରୋହୀ ମୃତ

ଟ୍ରେନ ଏବଂ ରେଳ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା

ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପିତ