ବିଜେଡ଼ିରୁ ବିଦା ହେବେ ଦାମ

ବିଜେଡିର ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବେ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏହି ଘୋଷଣା କରିବାର ସମ୍ଭାବନା ରହିଛି।ଦାମ ରାଉତଙ୍କ ବିରୋଧରେ ଜଗତସିଂହପୁର ଜିଲ୍ଲାର ଦଳର ଆଉ ଦୁଇ ଜଣ ବରିଷ୍ଠ ନେତା ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ।ଦାମ ବାବୁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି ବୋଲି ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି। ବିଷ୍ଣୁ ଦାସ ସିଧା ସଳଖ ଅଣହିଯୋଗ କରିଛନ୍ତି ଯେ, ଏରସମାରେ ବିରୋଧୀଙ୍କୁ ନେଇ ଦାମ ବୈଠକ କରୁଛନ୍ତି।

ଅପରପକ୍ଷେ ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ମୁଦୁଲିଙ୍କ ଅଭିଯୋଗ ନେଇ ଡାକ୍ତର ଦାମୋଦର ରାଉତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଜୁଙ୍କ ନାଁ ଯେଉଁ ପର୍ଯ୍ୟନ୍ତ ଦଳର ନାଁ ସହିତ ଯୋଡି ହୋଇ ରହିଛି ସେ ପର୍ଯ୍ୟନ୍ତ ଦଳରେ ଦାମ ଅଛନ୍ତି।

ଦାମ ବାରମ୍ବାର ଗଣମାଧ୍ୟମ ସାମ୍ନାରେ ଯେଉଁ ବୟାନ ରଖୁଥିଲେ ତାହା ଦଳୀୟ ଅନୁଶାସନ ଓ ଶୃଙ୍ଖଳା ଭଙ୍ଗ କରୁଥିଲା ବୋଲି ବିଜେଡି ନେତା ମାନେ କହିଛନ୍ତି । ସମବାୟ, ଓମଫେଡ, ଚାରା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ଦଳୀୟ ନେତା ମାନଙ୍କୁ ଟାର୍ଗେଟ କରିଥିଲେ ଦାମ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । ତେବେ ଦାମଙ୍କର ଏଭଳି ଦଳବିରୋଧୀ ବୟାନ କିଛି ନୂଆ ନୁହେଁ । ଅନେକ ସମୟରେ ଦାମଙ୍କ ବୟାନ ପାଇଁ ଅଡୁଆରେ ପଡିଛି ଦଳ । ଏପରିକି ବ୍ରାହ୍ମଣଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଦାମଙ୍କୁ ମନ୍ତ୍ରୀପଦରୁ ମଧ୍ୟ ବିଦା କରାଯାଇଛି । ଏପରିକି ଦଳର ଉପସଭାପତି ଓ ପ୍ରଭାରୀ ପଦରୁ ମଧ୍ୟ ବାଦ୍ ଦିଆଯାଇଛି ।

କିନ୍ତୁ ଏହାପରେ ମଧ୍ୟ ଦାମଙ୍କ ମୁହଁରେ ତୁଣ୍ଡି ଲାଗି ପାରିନାହିଁ । ତେଣୁ ଦାମଙ୍କୁ ଦମନ କରିବାକୁ ଏବେ ଦଳରୁ ବହିଷ୍କାର ହିଁ ଏକମାତ୍ର ରାସ୍ତା ବୋଲି ଖୋଲାଖୋଲି ଭାବେ କହିଛନ୍ତି ଦଳୀୟ ନେତା । ଏସବୁ ଭିତରେ ବିଜେଡି ସୁପ୍ରିମୋ ଦାମଙ୍କ ବିରୋଧରେ କଣ ନିଷ୍ପତି ନେଉଛନ୍ତି ତାହା ଦେଖିବା ବାକି ରହିଲା।

ପଢନ୍ତୁ; ଆସନ୍ତା ୨୪ରେ ଓଡିଶା ଆସିବେ ଅମିତ ଶାହା

Related posts

ବୈଜୟନ୍ତଙ୍କ ସମେତ ୨ଜଣଙ୍କୁ ଥାନାରେ ହାଜର ହେବାକୁ ନୋଟିସ

ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ କେଉଁଠି ବସିବେ ଦାମ?

ଦାମ-ବିଷ୍ଣୁ କଳି ଚରମ ସୀମାରେ:ଗୁଲୁଗୁଲାରୁ ସିନେମା ଚୋର………