ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ କେଉଁଠି ବସିବେ ଦାମ?

ପଛ ସିଟରେ ବସିବେ ଦାମ ରାଉତ । ବିଜେଡିରୁ ବହିଷ୍କୃତ ହେବା ପରେ ବିଧାନସଭା ଗୃହ ମଧ୍ୟରେ ଦାମ ରାଉତଙ୍କ ସିଟ ବଦଳିଛି। ଏହାଛଡା କିଛି ବିଧାୟକଙ୍କ ସିଟରେ ମଧ୍ୟ ଅଦଳବଦଳ କରାଯାଇଛି । ପୂର୍ବରୁ ଦାମ D/୩ ସିଟରେ ବସୁଥିଲେ । କିନ୍ତୁ ବିଜେଡିରୁ ଦାମ ବିତାଡିତ ହେବା ପରେ ଏହି ଆସନଟି ସୁଦାମ ମାରାଣ୍ଡି ପାଇଛନ୍ତି । ଏଣିକି ଦାମଙ୍କୁ F/୧୦ ସିଟରେ ବସିବେ । ବିଧାନସଭାରେ ସମତାକ୍ରାନ୍ତି ଦଳର ବିଧାୟକ ଜର୍ଜ ତିର୍କୀଙ୍କ ପାଖରେ ବସିବେ ଦାମ ରାଉତ । ଦାମ ବିଜେଡିରୁ ବିତାଡିତ ହେବା ପରେ ଏବେ ସ୍ୱାଧୀନ ବିଧାୟକ ଭାବେ ବିଧାନସଭାକୁ ଆସିବେ।

ଯେହେତୁ ଦାମ ରାଉତ ଏବେ ବିଜେଡି ଦଳରେ ନାହାନ୍ତି ସେଥିପାଇଁ ତାଙ୍କ ସିଟକୁ ବଦଳାଇବା ପାଈଁ ବିଜେଡି ପକ୍ଷରୁ ବାଚସ୍ପତିଙ୍କୁ ଦାବୀ କରାଯାଇଥିଲା । ପରେ ବାଚସ୍ପତିଙ୍କ ଅନୁମତି କ୍ରମେ ଦାମଙ୍କ ସିଟ ବଦଳାଯାଇଛି । ବିଧାନସଭାରେ ସମତାକ୍ରାନ୍ତି ଦଳର ବିଧାୟକ ଜର୍ଜ ତିର୍କୀଙ୍କ ପାଖରେ ବସିବେ ଦାମ ରାଉତ । ବର୍ତ୍ତମାନ ସମୟରେ ଦାମ ରାଉତ ଜଣେ ସ୍ୱାଧୀନ ବିଧାୟକ ଭାବେ ବିଧାନ ସଭା କୁ ଆସିବେ।

ପଢନ୍ତୁ;ଦେଶବ୍ୟାପୀ ବ୍ରଡ଼ଗେଜ ରେଳ ଲାଇନର ୧୦୦% ବିଦ୍ୟୁତକରଣ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି

Related posts

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶର ପ୍ରଭାରୀ

ଧର୍ମେନ୍ଦ୍ର : ଓଡ଼ିଶାରେ ଏଥର ବିଜେପି ସରକାର

୨ ରାଜନେତାଙ୍କୁ ନକ୍ସଲଙ୍କ ହତ୍ୟା,ହାତ ବାନ୍ଧି ଜଙ୍ଗଲକୁ ନେଇ ଗୁଳି କଲେ