ଫିଲ୍ମ ‘ଦଙ୍ଗଲ୍‌’ ଚୀନ୍‌ରେ ନେଲା ଶୀର୍ଷସ୍ଥାନ

ଅମିର୍‌ ଖାଁଙ୍କ ଫିଲ୍ମ ‘ଦଙ୍ଗଲ୍‌’ ଭାରତୀୟ ଫିଲ୍ମ ଇତିହାସର ସବୁଠାରୁ ସଫଳ ଫିଲ୍ମ ଭାବେ ରେକର୍ଡ କରି ସାରିଛି । ଫିଲ୍ମଟି ଭାରତରେ ଯେତିକି ବ୍ୟବସାୟ କରିଥିଲା, ଚୀନ୍‌ରେ ତା’ଠୁ ଆହୁରି ଅଧିକ ଆୟ କରିଥିଲା। ଫିଲ୍ମ ଟି ଏବେ ଚୀନ ରେ ନେଇଛି  ଶୀର୍ଷସ୍ଥାନ ।  ସେଠାକାର ଅନେକ ହଲ୍‌ରେ  ‘ଦଙ୍ଗଲ୍‌’ ମାସ ମାସ ଧରି ଚାଲିଥିଲା।

ଚୀନ ରେ ଗତ ବର୍ଷ ସବୁଠାରୁ ଲୋକପ୍ରିୟ ହୋଇଥିବା ଫିଲ୍ମଗୁଡ଼ିକୁ ନେଇ ଏକ ସର୍ବେକ୍ଷଣ କରା ଯାଇଥିଲା। ସେଥି ମଧ୍ୟ ରୁ ‘ଦଙ୍ଗଲ୍‌’ ସବୁଠାରୁ ଉପରେ ରହି ପାରିଛି।

ସେଠାକାର ଦର୍ଶକମାନେ ‘ଦଙ୍ଗଲ୍‌’ ଫିଲ୍ମ କୁ ସବୁଠାରୁ ଅଧିକ ପସନ୍ଦ କରିଛନ୍ତି।କେବଳ ଭାରତ ଓ ଚୀନ୍‌ରେ ନୁହେଁ, ‘ଦଙ୍ଗଲ୍‌’ ଆମେରିକା, କାନାଡା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସଂଯୁକ୍ତ ଆରବ, ତାଇଓ୍ଵାନ୍‌ ଓ ଅନ୍ୟ ଅନେକ ଦେଶରେ ମଧ୍ୟ ଖୁବ୍‌ ଭଲ ବ୍ୟବସାୟ କରିଛି।

ଭାରତୀୟ ପହିଲ୍‌ବାନ ମହାବୀର ସିଂହ ଫୋଗତ୍‌ଙ୍କ ଜୀବନୀ ଉପରେ ଆଧାରିତ ‘ଦଙ୍ଗଲ୍‌’ ରିଲିଜ୍‌ ହୋଇଥିଲା ୨୦୧୬, ଡିସେମ୍ବର ୨୩ ତାରିଖରେ।  ଜୁଲାଇ ମାସ

ରିପୋର୍ଟ ଅନୁସାରେ  ଫିଲ୍ମଟି ସେପର୍ଯ୍ୟନ୍ତ ସାରା ବିଶ୍ୱରେ ୨,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରି ସାରିଥିଲା ।

ପଢନ୍ତୁ ;

ସାରାଙ୍କୁ ଅପରହରଣ କରିନେବା ପାଇଁ ଧମକ , ଅଭିଯୁକ୍ତକୁ ଗିରଫ କରିଛି ପୋଲିସ

Related posts

ତିନୋଟି ଭାଷାରେ ରିଲିଜ ହେବ ସବ୍ୟସାଚୀଙ୍କ ଆଗାମୀ ଫିଲ୍ମ’ଯେତେ ଗୋରି ସେତେ ଷ୍ଟୋରି’

ଆଜି ରିଲିଜ୍ ହେବନି ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’

ଆଜି ପରଦାକୁ ଆସିଛି ଓଡିଆ ଚ୍ଚଳଚିତ୍ର “ବିଜୁ ବାବୁ”