୨୬/୧୧ ମୁମ୍ବାଇ ଆକ୍ରମଣର ଦୋଷୀ ହେଡଲିଙ୍କ ଉପରେ ଆକ୍ରମଣ

୨୬/୧୧ ମୁମ୍ବାଇ ଆକ୍ରମଣର ଦୋଷୀ ପାକିସ୍ତାନର ମୂଳବାସିନ୍ଦା ତଥା ଆମେରିକୀୟ ନାଗରିକ ଡେଭିଡ୍‌ ହେଡ୍‌ଲିଙ୍କ ଉପରେ ସିକାଗୋର ଫେଡରାଲ ଜେଲ୍‌ରେ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଭାବେ ଆହତ ହେଡଲିକୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଗତ ୮ ତାରିଖରେ ଦୁଇ ଜଣ କଏଦୀ ତାକୁ ଆକ୍ରମଣ କରିଥିଲେ । ପରେ ତାକୁ ସିକାଗୋ ନର୍ଥ ଏବେଷ୍ନ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତା’ ଉପରେ ନଜର ରଖିଛନ୍ତି। ଯେଉଁ ଦୁଇ ଜଣ ହେଡଲୀକୁ ଆକ୍ରମଣ କରିଛନ୍ତି, ସେମାନେ ପୁଲିସ୍‌କୁ ଅସଦାଚରଣ କରି ଜେଲ୍‌ଦଣ୍ଡ ପାଇଛନ୍ତି। କ’ଣ ପାଇଁ ସେମାନେ ହେଡଲୀକୁ ଆକ୍ରମଣ କଲେ, ତାହା ଜଣାପଡ଼ି ନାହିଁ।

ଉଲ୍ଳେଖଯୋଗ୍ୟ, ୨୬/୧୧ ମୁମ୍ୱାଇ ଆକ୍ରମଣ ପାଇଁ ପ୍ରଥମେ ହେଡଲୀ ହିଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲା। ଡେଭିଡ୍‌ କୋଲମାନ୍‌ ହେଡ୍‌ଲୀର ପ୍ରକୃତ ନାଁ ହେଉଛି ଦାଉଦ୍‌ ସୟିଦ୍‌ ଗିଲାନୀ, ତା’ର ଜନ୍ମ ୱାଶିଂଟନ୍‌ରେ ହୋଇଥିଲା।

ପଢନ୍ତୁ; ଆଜି ଖୋଲିବ ହୀରାକୁଦ ଗେଟ୍‌

Related posts

ଓଡିଶାରେ ୩ ହଜାର କୋଟିର ପୁଞ୍ଜି ନିବେଶ କରିବ ରିଲାଏନ୍ସ

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ