୩୯ ରନରେ ରୋମାଞ୍ଚକ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ 

ପେସ ବାହିନୀଙ୍କ ଘାତକ ବୋଲିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ  ଚଳିତ ଆଇପିଏଲରେ ପଞ୍ଚମ ବିଜଯ ହାସଲ କରିଛି। ଘରୋଇ ସାନରାଇଜର୍ସ ହାଇଦ୍ରାବାଦ  ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୩୯ ରନରେ ରୋମାଞ୍ଚକ ବିଜୟ ହାସଲ କରିଛି। ସନ୍‌ରାଇଜର୍ସ ହାଇଦ୍ରାବାଦ ମାତ୍ର ୧୧୬ ରନ୍‌ରେ ଅଲଆଉଟ୍  ହେବା ପରେ ଦିଲ୍ଲୀ ୩୯ ରନ୍‌ରେ ବିଜୟୀ ହୋଇଛି ଦିଲ୍ଲୀ। ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ୍  ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଦିଲ୍ଲୀ ୨୦ ରନରେ ଦୁଇ ଓପ୍ନର  ଯଥା ପୃଥ୍ୱୀ ଶ’ (୪) ଓ ଶିଖର ଧୱନ୍ (୭)ଙ୍କ ୱିକେଟ୍ ହରାଇଥିଲା।ଏହା ପରେ କଲିନ୍ ମୁନରୋ ଓ ଅଧିନାୟକ ଶ୍ରେୟସ ଆୟର୍ ଭଲ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ତେବେ ଦୁହିଁଙ୍କ ଆଉଟ୍ ପରେ ଦିଲ୍ଲୀ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଆୟର୍ ୪୫ (୪୦ ବଲ) ଓ ମୁନରୋ ୪୦ (୨୩ ବଲ, ୪ ଚୌକା, ୩ ଛକା) ରନ୍ କରି ଆଉଟ୍ ହୋଇଥିଲେ। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍  ଋଷଭ ପନ୍ତ (୨୩) ଓ କ୍ରିସ ମୋରିସ୍ (୪) ନିରାଶ କରିଥିଲେ। ଅକ୍ଷର ପଟେଲ ୧୪ ଓ କାଗିସୋ ରବାଡା ୨ ରନ୍ କରି ଅପରାଜିତ ଥିଲେ। ହାଇଦ୍ରାବାଦ ପକ୍ଷରୁ ଖଲିଲ୍ ଅହମ୍ମଦ ୩୦ ରନ୍ ଦେଇ ୩ଟି ଓ ଭୁବନେଶ୍ୱର କୁମାର ୨ଟି ୱିକେଟ୍ ହାସଲ କରିଛନ୍ତି।
ପଢନ୍ତୁ: ଆସନ୍ତା କାଲି ରାଜଧାନୀରେ ରୋଡ ସୋ କରିବେ ମୋଦି

Related posts

ଆସନ୍ତାକାଲିଠୁ କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌

ବିଶ୍ବକପରେ ହାରିବା ପରେ ଭାରତୀୟ ଦଳରେ ଫାଟ

ମ୍ୟାଚ ହାରିବାପରେ ଆଖିରେ ଲୁହ , ଥରଥର ପାଦ ଏବଂ ମୁଣ୍ଡ ତଳକୁ ପୋତି ପଡିଆରୁ ବାହାରିଲେ ଧୋନି