ମୁଁ ବହୁତ ଦୁଃଖରେ ଅଛି, ଘରେ ଶୋଇ ପାରୁନି – ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ

ଗତ ନଭେମ୍ବର ୪ରେ ଦିଲ୍ଲୀର କଞ୍ଝାୱଲା ଅଞ୍ଚଳରେ ଜଣେ ସାତ ବର୍ଷର ଶିଶୁଙ୍କ ସହିତ ୨ ନାବାଳକ ଦୁଷ୍କର୍ମ କରିଥିଲେ । ଏହା ପରେ ପୀଡ଼ିତାଙ୍କୁ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେଣୁ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ସୋମବାର ରାତିରେ ଦିଲ୍ଲୀର ଆମ୍ବେଦକର ହସ୍ପିଟାଲରେ ଦୁଷ୍କର୍ମ ପୀଡ଼ିତାଙ୍କ ୱାର୍ଡ ବାହାରରେ ରାତ୍ରୀ ଯାପନ କରିଛନ୍ତି । ସ୍ୱାତୀଙ୍କ କହିବା ଅନୁସାରେ ସେ ବହୁତ ହଇରାଣ ଓ ଦୁଃଖରେ ଅଛନ୍ତି । ମୁଁ ଘରେ ଶୋଇ ନପାରିବାରୁ ହସ୍ପିଟାଲକୁ ଆସିଛି ।

ସ୍ୱାତୀ କହିବା ମୁତାବକ ସାତ ବର୍ଷର ଶିଶୁ ସହିତ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଏଭଳି ଘଟଣା ବାରମ୍ବାର ଘଟୁଛି । ସେଥିପାଇଁ ପୋଲିସ ପକ୍ଷରୁ ଏଭଳି କାଯ୍ୟାନୁଷ୍ଠାନ ନେବା ଉଚିତ, ଯେଉଁଥିରେ କି ଲୋକ ଡରିବେ ଓ ଏମିତି ଘଟଣା ଠାରୁ ନିବୃତ ରହିବେ । ଏଭଳି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୬ମାସ ମଧ୍ୟରେ  ହିଁ ଦଣ୍ଡ ମିଳିବା ସହିତ ଦୋଷୀଙ୍କୁ  ଫାଶୀ ଦଣ୍ଡ ମିଳିବା ଦରକାର । ଯେତେଦିନ ପର୍ଯ୍ୟନ୍ତ ଲୋକଙ୍କ ମନରେ ଭୟ ସୃଷ୍ଟି ହେବ ନାହିଁ, ସେତେ ଦିନ ପର୍ଯ୍ୟନ୍ତ ଏଭଳି ଘଟଣା ଘଟି ଚାଲିବ।

ନିର୍ଭୟାଙ୍କ ସହିତ ଗଣଦୁଷ୍କର୍ମ ହୋଇଛି । ମାମଲା ସହିତ ଜଡ଼ିତ ଦୋଷୀଙ୍କୁ ୪/୫ବର୍ଷ ପରେ ଫାଶୀ ଦଣ୍ଡାଦେଶ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ଫାଶୀ ଦିଆଯାଇ ନାହିଁ । ଅନ୍ୟପକ୍ଷରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ୬ମାସ ପୂର୍ବରୁ ହୋଇ ସାରିଛି । । ଏଣିକି ଏପରି ସିଷ୍ଟମରେ ପରିବର୍ତ୍ତନ ଅଣାଯିବାର ବେଳ ଆସିଛି ।

ପଢନ୍ତୁ, ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ – ଧର୍ମେନ୍ଦ୍ର ପ୍ରଧାନ

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ