ଦିଲ୍ଲୀ ସରକାରଙ୍କ ନିଷ୍ପତି ବଦଳିଛି : ଲାଗୁ କରିବେ ନାହିଁ ଅଡ-ଇଭିନ ଫର୍ମୁଲା

ପ୍ରଦୂଷଣକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ଦିଲ୍ଲୀ ସରକାରଙ୍କ ଅଡ-ଇଭିନ ଫର୍ମୁଲାକୁ କାର୍ୟ୍ୟକାରୀ କରିବା ପାଇଁ ସବୁଜ ସଙ୍କେତ ଦେଇଥିଲେ । ମାତ୍ର ଏବେ ସରକାର ଏହା ଲାଗୁ କରିବା ନିଷ୍ପତ୍ତିରୁ ଓହରି ଯାଇଛନ୍ତି।

ପ୍ରଦୂଷଣ ରୋକିବା ଲାଗି ନଭେମ୍ବର ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଏନସିଆର୍‌ ଓ ଦିଲ୍ଲୀରେ ଗୋଟିଏ ଦିନ ଯୁଗ୍ମ ରେଜିଷ୍ଟ୍ରେସନ୍‌ ନମ୍ବର ଥିବା ଗାଡ଼ି ଚାଲିଲେ ତା’ପରଦିନ ଅଯୁଗ୍ମ ନମ୍ବରର ଗାଡ଼ି ଚାଲିବା ନିଷ୍ପତ୍ତି ହୋଇଥିଲା। ଫଳରେ ଗୁରୁଗ୍ରାମ୍‌, ଫରିଦାବାଦ୍‌, ନୋଏଡ଼ା , ଗାଜିଆବାଦ୍‌ ଏବଂ ମୁଜାଫରନଗରରେ ଅଡ-ଇଭିନ ଫର୍ମୁଲା ପ୍ରଚଳିତ ହେବାର ଯୋଜନା ଥିଲା। ତେବେ ପୂର୍ବରୁ ଏହି ବ୍ୟବସ୍ଥାରେ ମହିଳା ଚାଳକ, ଦୁଇ ଚକିଆ ଯାନ ଓ ସରକାରୀ ଗାଡ଼ିକୁ ମିଳୁଥିବା କୋହଳକୁ ମଧ୍ୟ ନ୍ୟାସ୍‌ନାଲ୍‌ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ପ୍ରତ୍ୟାହାର କରିନେଇଥିଲେ । ମାତ୍ର ଆଜି ଅପରାହ୍ଣରେ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଲାଶ ଗେହଲଟ୍‌ ଘୋଷଣା କରିଛନ୍ତି ଏହି ଅଡ-ଇଭିନ ଫର୍ମୁଲା ବର୍ତ୍ତମାନ କାର୍ଯ୍ୟକାରୀ କରାଯିବ ନାହିଁ।

ଗ୍ରିନ୍‌ ଟ୍ରିବୁନାଲ୍‌ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ଯେ ଯଦି ୪୮ ଘଣ୍ଟା ମଧ୍ୟରେ ପିଏମ୍‌-୧୦ ସ୍ତର ୫୦୦ ଅଙ୍କରେ  ଏବଂ ପିଏମ୍‌ ୨.୫ ସ୍ତର ୩୦୦ ରୁ ଉପରୁ ଅଧିକ ରହିବ ତେବେ ସ୍ଵତଃପ୍ରବୃତ ଭାବେ ଅଡ଼ ଇଭିନ ଫର୍ମୁଲା ଲାଗୁ କରାଯିବ।

ପଢନ୍ତୁ, ଦରମା ଓ ପେନସନ୍ ଦାବିରେ ତିନି ଦିନ ଧରି ଚାଲିଛି ଶ୍ରମିକ ଆନ୍ଦୋଳନ

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ