ନିୟମିତ ଗୁପଚୁପ୍ ଖାଉଛନ୍ତି କି? ଜାଣିରଖନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ!

ଗୁପଚୁପ୍ ଖାଇବାକୁ ସମସ୍ତଙ୍କୁ ପସନ୍ଦ। କିନ୍ତୁ ଏହା ଶରୀର ପ୍ରତି କେତେ କ୍ଷତିକାରକ ଏ ବିଷୟରେ ଅନେକ ଲୋକ ଅଜ୍ଞ ଥାଆନ୍ତି। ଜାଣିରଖନ୍ତୁ ରାସ୍ତା କଡର ଗୁପଚୁପ୍ ନିୟମିତ ଖାଇବା ଦ୍ଵାରା ଏହା ଶରୀରକୁ ବହୁତ କ୍ଷତି ପଂହଚାଇଥାଏ।

ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ ଜାଣନ୍ତୁ

  • ନିୟମିତ ଭାବେ ଗୁପଚୁପ ଖାଇଲେ ପେଟରେ ଅଲସର ହେବାର ଆଶଙ୍କା ରହିଛି।
  • ଏସିଡ୍ ଯୁକ୍ତ ପାଣି ଲିଭରକୁ କ୍ଷତି ପଂହଚାଇଥାଏ।ଏହାଦ୍ୱାରା ଏସିଡିଟ୍ ହୋଇଥାଏ ଓ ପାଚନ ପ୍ରିକ୍ରିୟା ଖରାପ ହୋଇଥାଏ।
  • ଗୁପଚୁପ୍ ଖାଇବା ଯୋଗୁ ପେଟବ୍ୟଥା ମଧ୍ୟ ହୋଇଥାଏ। ଟାରଟେରିକ ଏସିଡ କିମ୍ବା ଏସିଟିକ୍ ଏସିଡ୍ ଏସେନ୍ସରେ ପ୍ରସ୍ତୁତ ପାଣି ପେଟରେ ପଂହଚିବା ପରେ ଜଳାପୋଡା ହେବା ଅନୁଭବ ହୋଇଥାଏ।

ଗୁପଚୁପ ଖାଇବା ପୂର୍ବରୁ କିଛି ସାବଧାନ ଅବଲମ୍ବନ କରନ୍ତୁ-

ଗୁପଚୁପ ଖାଇବା ପୂର୍ବରୁ ପ୍ରଥମେ ପାଣିର ରଙ୍ଗ ଦେଖନ୍ତୁ। ଯଦି ପାଣି ରଙ୍ଗଯୁକ୍ତ ହୋଇଥବ, ତେବେ ଏଥିରେ ରଙ୍ଗ ବ୍ୟବହୃତ ହୋଇଛି। ଷ୍ଟିଲ ପ୍ଳେଟରେ ଏହାକୁ ନେଲେ ପାଣିର ରଙ୍ଗ ପରିବର୍ତନ ହୋଇଯିବା ଆପଣ ଲକ୍ଷ୍ୟ କରିବେ। ଗୁପଚୁପ ଖାଇବା ସମୟରେ ଯଦି ଦାନ୍ତରେ କିଛି ଲାଗିବା ଅନୁଭବ ହୁଏ ତେବେ ଏଥିରେ କେମିକାଲ ବ୍ୟବହାର ହୋଇଥିବା ଜାଣିପାରିବେ।

ଗୁପଚୁପ ବିକୁଥିବା ଲୋକର ଆଙ୍ଗୁଠି ଦେଖି ମଧ୍ୟ ଆପଣ ପାଣିରେ କେମିକାଲ ମିଶିଛି କି ନାହିଁ ଅନ୍ଦାଜ ଲଗାଇ ପାରିବେ।

ପଢନ୍ତୁ; ଦୁଆର ବନ୍ଧରେ ସିନ୍ଦୁର ଓ ଚନ୍ଦନ ଲଗାଇବା ପଛରେ ଥିବା ରହସ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା!

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ