ଯାଣନ୍ତୁ ଦେବଉଠାଣି ଏକାଦଶୀରେ ପାଳନକର୍ତ୍ତା ବିଷ୍ଣୁଙ୍କୁ କେମିତି ଆରାଧନା କରିବେ

ହିନ୍ଦୁଧର୍ମ ବା ସନାତନ ଧର୍ମର ଅନେକ ପୁରାଣ ଶାସ୍ତ୍ର ଗ୍ରନ୍ଥାଦିରେ ଦେବଉଠାଣି ଏକାଦଶୀ ବିଷୟରେ ଅନେକ କଥା ବର୍ଣ୍ଣିତ । ଏହି ଏକାଦଶୀ ବାକି ସବୁ ଏକାଦଶୀ ଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ଭଗବାନ ବିଷ୍ନୁଙ୍କର ଅତି ପ୍ରିୟ । କାର୍ତ୍ତିକ ମାସ ଶୁକ୍ଳପକ୍ଷର ଏକାଦଶୀକୁ ଦେବଉଠାଣି ଏକାଦଶୀ କୁହାଯାଏ । ଏଥିରେ ଭଗବାନ ବିଷ୍ଣୁଙ୍କ ସମେତ ସବୁ ଦେବାଦେବୀଙ୍କୁ ନିଦରୁ ଉଠାନ୍ତି ବୋଲି ବିଧି ରହିଛି । ଆଜି ଏହି ଏକାଦଶୀ ପଡ଼ିଛି। ଆଜି ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବାକୁ କିଛି ବିଶେଷ ପୂଜାବିଧି ରହିଛି। ଯାହା ପାଳନ କଲେ ମନବାଞ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ଭଗବାନ ବିଷ୍ଣୁଙ୍କୁ ଦେବଉଠାଣୀ ଏକାଦଶୀରେ କେମିତି ପୂଜା କରି ତାଙ୍କୁ ସନ୍ତୁଷ୍ଟ କରିବେ:-

  • ଦେବଉଠାଣୀ ଏକାଦଶୀରେ ଦକ୍ଷିଣବର୍ତ୍ତୀ ଶଙ୍ଖରେ ଗଙ୍ଗାଜଳ ଭରି ସେଥିରେ ବିଷ୍ଣୁଙ୍କୁ ଅଭିଶେଷ କରନ୍ତୁ ବନବାଞ୍ଛା ପୂରଣ ହୋଇଥାଏ ବୋଲି ପଣ୍ଡିତମାନେ ମତ ଦେଇଥାନ୍ତି।
  • ଏହିଦିନ ଭଗବାନ ବିଷ୍ଣୁଙ୍କୁ ଖୀରି , ପାଚିଲା ଫଳ ଓ ସବୁଜ ରଙ୍ଗର ମିଠା ଭୋଗ ଲଗାନ୍ତୁ, ଶୁଭ ଫଳ ମିଳିବ
  •  ଭଗବାନ ବିଷ୍ଣୁଙ୍କ ସହ ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଧନଧାନ୍ୟରେ ଘର ପୂରି ଉଠିବ ବୋଲି ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି।
  • ବିଶ୍ୱାସ ରହିଛି ପାଳନକର୍ତ୍ତା ବିଷ୍ଣଙ୍କ ବାସ ଅଶ୍ୱସ୍ତ ଗଛରେ। ତେଣୁ ଆଜି ଅଶ୍ୱସ୍ତ ଗଛରେ ଜଳଲାଗି କରନ୍ତୁ, ଶୁଭ ଫଳ ପାଇବେ ଓ ଘରେ ସୁଖଶାନ୍ତି ବିରାଜିତ ହେବ।
  • ଦେବଉଠାଣୀ ଏକାଦଶୀ ସନ୍ଧ୍ୟାରେ ତୁଳସୀ ଚଉଁରା ମୂଳେ ସୁଦ୍ଧ ଗାଈ ଘିଅରେ ଦୀପ ଜାଳି ତୁଳସୀ ଗଛକୁ ପ୍ରଣାମ କରନ୍ତୁ ବନବାଞ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ପଢନ୍ତୁ, ଭେମ୍ବର ୩ ତାରିଖରେ ମୁକ୍ତିଲାଭ କରିବ ଓଡିଆ ଚଳଚିତ୍ର ବଜରଙ୍ଗୀ

Related posts

ଆଜି ପବିତ୍ର ବିଶ୍ୱକର୍ମା ପୂଜା,ସାରା ରାଜ୍ୟ ଉତ୍ସବମୁଖର

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ନୂଆଖାଇ ପାଇଁ ଆଜି ହେବ ଲଗ୍ନ ନିର୍ଘଂଟ