ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନୂଆ ରେକର୍ଡ

ଧୋନୀଙ୍କ ନୂଆ ରେକର୍ଡ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ରବିବାର ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ  ସେ ଟି-୨୦ରେ ସର୍ବାଧିକ କ୍ୟାଚ ନେବାର ଓ୍ଵିକେଟ କିପର ହୋଇଛନ୍ତି। ଧୋନୀ ଭୁବନେଶ୍ଵର କୁମାରଙ୍କ ବଲରେ ରିଜା ହେଣ୍ଡରିକ୍ସଙ୍କ କ୍ୟାଚ ଧରିଥିଲେ। ୨୭୫ଟି ଟି ୨୦ ମ୍ୟାଚରୁ ଧୋନୀ ୧୩୪ ତମ କ୍ୟାଚ୍ ଧରିଥିଲେ ।

ଟି୨୦ ଇଣ୍ଟରନ୍ୟାସନାଲ କଥା ଯଦି କୁହାଯାଏ ତେବେ ଧୋନୀ ଓ୍ଵିକେଟ୍ ପଛରେ ଅଧିକ ଶିକାର କରିବାରେ ଏକ ନମ୍ବର ସ୍ଥାନରେ ଅଛନ୍ତି । ସେ ୮୭ଟି ମ୍ୟାଚରୁ ୭୭ଟି ଶିକାର କରିଛନ୍ତି।  ଏଥିରେ ୪୮ଟି କ୍ୟାଚ୍ ଓ ୨୯ଟି ଷ୍ଟମ୍ପି ସାମିଲ ରହିଛି ।

୩୬ ବର୍ଷୀୟ ଧୋନୀ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟସମ୍ୟାନ କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇଛନ୍ତି । ସାଙ୍ଗାକାରା ୨୫୪ ମ୍ୟାଚରୁ ୧୩୩ଟି କ୍ୟାଚ୍ ଧରିଥିଲେ।  ଭାରତର ଦିନେଶ କାର୍ତ୍ତିକ ଏହି ସୂଚୀରେ ତୃତୀୟ ସ୍ଥାନରେ ଅଛନ୍ତି।  କାର୍ତ୍ତିକ ୨୨୭ଟି ମ୍ୟାଚରୁ ୧୨୩ଟି କ୍ୟାଚ୍ ଧରିଛନ୍ତି। ଅନ୍ୟ ପଟେ ପାକିସ୍ତାନର  ଓ୍ଵିକେଟ୍ କିପର କମ୍ରାନ ଆକମଲ ୨୧୧ଟି ମ୍ୟାଚରୁ ୧୧୫ଟି କ୍ୟାଚ୍ ଧରି ଚତୁର୍ଥ ସ୍ଥାନରେ ଅଛନ୍ତି।ଓ୍ଵେଷ୍ଟଇଣ୍ଡିଜର ଦିନେଶ ରାମଦିନ ୧୬୮ଟି ଟି-୨୦ରୁ  ୧୦୮ଟି କ୍ୟାଚ୍ ଧରିଛନ୍ତି ।


ପଢନ୍ତୁ ;

ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଛନ୍ତି କି ? ତେବେ ଏହି ବୟସରେ ବିଭାହ କରନ୍ତୁ

Related posts

ପାକିସ୍ତାନର ଲଜ୍ଜାଜନକ ପରାଜୟ:ଭାରତ ୮ ଓ୍ଵିକେଟ୍‌ରେ ବିଜୟୀ

ଏସିଆ କପ୍‌: ଭାରତ-ପାକିସ୍ଥାନ ମୁକାବିଲା ଆଜି

ୟୁଏସ୍‌ ଓପନ୍‌: ଜୋକୋଭିକ୍‌ଙ୍କୁ ୧୪ତମ ଗ୍ରାଣ୍ଡସ୍ଲାମ