ଓଜନ କମ୍‌ ପାଇଁ ଡାଏଟିଂ କରୁଛନ୍ତି କି ? ଏହା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

ଆଜିକାଲି ସମସ୍ତେ ଫିଟ ରହିବାକୁ ପସନ୍ଦ କରନ୍ତି । ଓଜନ ବୃଦ୍ଧି ହେଲେ ସଙ୍ଗେ ସଙ୍ଗେ କିଏ ଡାଏଟିଂ କରନ୍ତି ତ କିଏ ଜିମ ଯିବାକୁ ପସନ୍ଦ କରନ୍ତି । ବିଶେଷ କରି ମହିଳାମାନେ  ନିଜର ଫିଟ୍‌ନେସ ଉପରେ ଅଧିକ  ଧ୍ୟାନ ଦିଅନ୍ତି । ଯେଉଁ ମହିଳାମାନଙ୍କର  ଓଜନ  ଅଧିକ, ସେମାନେ  ତାକୁ  ହ୍ରାସ  କରିବା  ଲାଗି ସେମାନେ ଡାଏଟିଂ କରିଥାନ୍ତି । ଡାଏଟିଂ କରିବା ଶରୀର ପାଇଁ କେତେ ଉପଯୋଗୀ ଆସନ୍ତୁ ଜାଣିବା ।

ଏକ ଗବେଷଣାରୁ  ସ୍ପଷ୍ଟ  ହୋଇଛି ଯେ  ମାତ୍ରାଧିକ  ବ୍ୟାୟାମ ବା ଡାଏଟିଂ କରିବା ଫଳରେ ମହିଳାମାନଙ୍କର କେତେକ କ୍ଷତି ହୋଇଥାଏ ।

  • ମାତ୍ରାଧିକ ବ୍ୟାୟମ ଓ ଡାଏଟିଂ କରିବା ଦ୍ଵାରା କେତେକ ଶାରୀରିକ ସମସ୍ୟା ଦେଖା ଦେଇଥାଏ ।
  • ସେମାନଙ୍କର ହରମୋନ୍‌  ସନ୍ତୁଳନ ଖରାପ  ଆଡକୁ  ଗତି କରିଥାଏ । ଏହା ଫଳରେ ଋତୁସ୍ରାବରେ ଅନିୟମିତା ମଧ୍ୟ   ହୋଇଥାଏ । କେତେକଙ୍କ କ୍ଷେତ୍ରରେ  ଏହା ସଂପୂର୍ଣ୍ଣ ରୂପେ  ବନ୍ଦ ହେବାର ମଧ୍ୟ ଆଶଙ୍କା ମଧ୍ୟ  ଉପୁଜିଥାଏ ।
  • ଯେଉଁ ମହିଳାମାନେ  ଡାଏଟିଂ  କରୁଛନ୍ତି, ସେମାନେ  ନିୟମିତ ରୂପେ ଆବଶ୍ୟକ  ମାତ୍ରାରେ ଫ୍ୟାଟ୍‌  ଖାଇବା ଦରକାର ।
  • ତା’ଛଡ଼ା  ୩୦ ବା ୪୦ ମିନିଟ୍‌ରୁ  ଅଧିକ ସମୟ  ବ୍ୟାୟାମ କରିବା ଅନୁଚିତ ।
  • ଯୋଗାଭ୍ୟାସ  କରି  ଓଜନ ହ୍ରାସ  କରିବା  ଡାଏଟିଂ ଅପେକ୍ଷା  ଭଲ  ବୋଲି ଚିକିତ୍ସିକମାନେ  ମତ ଦେଇଛନ୍ତି ।

ପଢନ୍ତୁ ;

‘ମୁଗଲ୍‌’ ସିନେମାରେ ଏକା ସାଙ୍ଗରେ ନଜର ଆସିବେ ଏହି ଦୁଇ ସୁପର୍‌ଷ୍ଟାର୍‌

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ