ଆପଣ ବିଳମ୍ବରେ ଶଯ୍ୟାତ୍ୟାଗ କରୁଛନ୍ତି କି? ସାବଧାନ ! ଏହା ଶରୀର ପାଇଁ ହାନିକାରକ ହୋଇଥାଏ

ଶୋଇବାକୁ ସମସ୍ତେ ଭଲ ପାଆନ୍ତି। ଭଲରେ ଶୋଇବା ଦ୍ୱାରା ମନରେ ପୁର୍ତ୍ତି ଆସିବା ସହ ଦିନ ସାରା କାମ କରବା ପାଇଁ ଶରୀରକୁ ଶକ୍ତି ମିଳେ । କେବଳ ଏତିକି ନୁହେଁ ଭଲରେ ଶୋଇବା ଦ୍ୱାରା ମଧୁମେହ, ହୃଦରୋଗ ,ମୋଟାପଣ ଆଦି ଭୟଙ୍କର ରୋଗରୁ ରକ୍ଷାମିଳେ।କିନ୍ତୁ ଅଧିକ ଶୋଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଆମ ସମସ୍ତଙ୍କୁ ଜଣା , କମ ଶୋଇବା ଦ୍ୱାରା ଶରୀର ଓ ମସ୍ତିସ୍କରେ ଖରାପ ପ୍ରଭାବ ପଡ଼େ । କିନ୍ତୁ ଆପଣ ଜାଣନ୍ତି କି ଅଧିକ ଶୋଇଲେ ମଧ୍ୟ ଶରୀର ଉପରେ କୁପ୍ରଭାବ ପ୍ରଭାବ ପଡିଥାଏ। ଯଦି ଆପଣ ରାତିରେ ବିଳମ୍ବରେ ଶୋଇ ଦିନରେ ବିଳମ୍ବରେ ଉଠୁଛନ୍ତି ତେବେ ଆପଣଙ୍କ ଆଚରଣରେ ଅନେକ ପରିବର୍ତ୍ତନ ଆସିବ । ବିଳମ୍ବରେ ଉଠିବା ଦ୍ୱାରା ଶରୀରରେ ଅନେକ ପ୍ରକାର ରୋଗ ଦେଖାଯାଇଥାଏ।

ଜାଣନ୍ତୁ ଅଧିକ ଶୋଇଲେ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ-

  • ବିଳମ୍ବ ପର୍ଯ୍ୟନ୍ତ ଶୋଇଲେ ପିଠରେ ଯନ୍ତ୍ରଣା ଅଧିକ ଅନୁଭୂତ ହୁଏ । ଶରୀରରେ ରକ୍ତ ସଂଚାଳନ ଠିକରେ ହୋଇପାରେନାହିଁ । ସେଥିପାଇଁ ଏପରି ସମସ୍ୟା ଭୋଗିବାକୁ ପଡ଼େ।
  • ଯେଉଁମାନେ ବିଳମ୍ବରେ ଉଠନ୍ତି ସେମାନେ କୋଷ୍ଠକାଠିନ୍ୟ ସମସ୍ୟା ଭୋଗନ୍ତି । ପେଟକୁ ଠିକ ରଖିବା ପାଇଁ ଶରୀର କ୍ରିୟାଶୀଳ ହେବା ଜରୁରୀ।
  • ମୋଟାପଟ ଓ ବିଳମ୍ବ ପର୍ଯ୍ୟନ୍ତ ଶୋଇବା ମଧ୍ୟରେ ସମ୍ପର୍କ ରହିଛି । ଯଦି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଶୋଉଛନ୍ତି ତେବେ ଆପଣଙ୍କ ଶରୀର ରେଷ୍ଟ ମୋଡ଼ରେ ଥାଏ । ଏହି ସମୟରେ ଶାରୀରିକ ଗତିବିଧି ଧୀମା ପଡ଼ିଯାଏ । ଯଦ୍ୱାରା କମ କ୍ୟାଲେରୀ ବର୍ଣ୍ଣ ହୁଏ ଓ ମୋଟାପଣ ବଢ଼େ ।
  • ଅଧିକ ସମୟ ଶୋଇବା ଦ୍ୱାରା ଶରୀରରେ ହେପାମାଇନ୍ ଓ ସେରୋଟୋନିନର ମାତ୍ରା କମ ହୋଇଯାଏ । ଏହାଦ୍ୱାରା ଆପଣଙ୍କ ମୁଡ଼୍ ବଦଳେ ଓ ଚିଡ଼ିଚିଡ଼ା ପଣ ବଢ଼େ।
  • ଅଧିକ ସମୟ ଶୋଇଲେ ହୃଦରୋଗ ହେବାର ଆଶଙ୍କା ଅଧିକ ଥାଏ।

ପଢନ୍ତୁ;

ଚର୍ମରୋଗ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରିଥାଏ ଚାଉଳ

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ