ପ୍ରଧାନମନ୍ତ୍ରୀଙ୍କ ସହିତ ବିଦେଶ ଯାତ୍ରାରେ ଯାଉଥିବା ବ୍ୟକ୍ତିଙ୍କ ନାମ ପ୍ରଘଟ କରିବା ପାଇଁ ନିର୍ଦ୍ଦେଶ

 ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟ ସୂଚନା କମିସନରଙ୍କ ନିର୍ଦ୍ଦେଶ;

ମୁଖ୍ୟ ସୂଚନା ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ପିଏମଓ ରାଷ୍ଟ୍ରୀୟ ସୁରକ୍ଷାର ଦ୍ଵାହି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବିଦେଶ ଯାତ୍ରା କରୁଥିବା ଲୋକଙ୍କ ନାମ ଉଜାଗର କରିବାକୁ ମନା କରି ପାରିବେ ନାହିଁ। ଦୁଇଟି ଭିନ୍ନ ଭିନ୍ନ ମାମଲାରେ ସିଆଇସି ଆର.କେ. ମାଥୁର ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ(ପିଏମଓ)କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ମୋଦୀଙ୍କ ସହ ବିଦେଶ ଯାତ୍ରା କରିଥିବା ପ୍ରତିନିଧିମଣ୍ଡଳର ସଦସ୍ୟଙ୍କ ନାମ ୩୦ ଦିନ ଭିତରେ ଦିଆଯାଉ। ମାଥୁର ପିଏମ ଦ୍ଵାରା ସୁରକ୍ଷା ଦୃଷ୍ଟିକୋଣରୁ ନାମକୁ ଉଜାଗର କରିବାରେ ଦର୍ଶାଇଥିବା ଆପତ୍ତିକୁ ଖାରଜ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହିତ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ନାମ ପ୍ରଘଟ କରାଯିବ କି ନାହିଁ ସେ ନିଷ୍ପତ୍ତି କେବଳ ପ୍ରଧାନମନ୍ତ୍ରୀଙ୍କ ଦପ୍ତରର, ଅନ୍ୟ ବ୍ୟକ୍ତିଙ୍କ ସଂପର୍କରେ ଜଣାଇବାରେ କିଛି ସମସ୍ୟା ନାହିଁ ବୋଲି ସିଆଇସି ସ୍ପଷ୍ଟ କରିଛନ୍ତି। ଯେଉଁ ବେସରକାରୀ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ସହିତ ଗସ୍ତରେ ଯାଉଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ ସେମାନଙ୍କର କୌଣସି ସଂପର୍କ ନାହିଁ ସେମାନଙ୍କ ନାମ ଆବେଦନକାରୀଙ୍କୁ ଜଣାଇବାକୁ ମୁଖ୍ୟ ସୂଚନା କମିସନର ତାଙ୍କ ନିର୍ଦ୍ଦେଶରେ କହିଛନ୍ତି।

ଆବେଦନକାରୀ ନିରଜ୍‌ ଶର୍ମା ଏବଂ ଆୟୁବ ଅଲ୍ଲୀଙ୍କ ଆବେଦନ ଉପରେ ପିଏମଓ  କୌଣସି ଜବାବ ନଦେବାରୁ ସେମାନେ ମୁଖ୍ୟ ସୂଚନା କମିସନରଙ୍କ ଦ୍ୱାରସ୍ଥ ହୋଇଥିଲେ। ଶର୍ମା ତାଙ୍କ ଆବେଦନରେ ପ୍ରଧାନମନ୍ତ୍ରୀଙ୍କ ସହିତ ଯାଉଥିବା ବେସରକାରୀ ବ୍ୟକ୍ତିଙ୍କ ତାଲିକା ମାଗିଥିଲେ। ଅଲ୍ଲୀ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟର ମାସିକ ବ୍ୟୟ, ତାଙ୍କୁ ଭେଟିବା ପାଇଁ ପ୍ରକ୍ରିୟା, ପ୍ରଧାନମନ୍ତ୍ରୀ ନିଜ ବାସଭବନ ଏବଂ କାର୍ଯ୍ୟଳୟରେ କେତେ ସଂଖ୍ୟକ ଲୋକଙ୍କୁ ଭେଟିଛନ୍ତି ଏବଂ ପ୍ରଧାନମନ୍ତ୍ରୀ କେତୋଟି ନିର୍ବାଚନୀ ସଭାରେ ଉଦ୍‌୍‌ବୋଧନ ଦେଇଛନ୍ତି , ସେ ସଂପର୍କିତ ସୂଚନା ଓ ଖର୍ଚ୍ଚ ବିବରଣୀ ମାଗିଥିଲେ।ଶର୍ମା ୨୦୧୭ ଜୁଲାଇ ଏବଂ ଅଲୀ ୨୦୧୬ ଏପ୍ରିଲରେ ପିଏମଓଙ୍କ ଠାରେ ଆରଟିଆଇ ଦାୟର କରିଥିଲେ।

ପଢନ୍ତୁ ;

ଆଜିଠୁ ବଜେଟ ଅଧିବେଶନ ! ଫେବୃଆରୀରେ ଜେଟଲୀଙ୍କ ଉପସ୍ଥାପନ

Related posts

ଭିଏତନାମ ରାଷ୍ଟ୍ରପତିଙ୍କ ପରଲୋକ

ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସରେ ଅଗ୍ନିକାଣ୍ଡ

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା