ଗୃହପାଳିତ ପଶୁ ଙ୍କୁ ଘରେ ରଖିଲେ କଣ ହୁଏ ନଜର ପକାନ୍ତୁ

ଗୃହପାଳିତ ପଶୁ ପାଳିବା କିଛି ଲୋକଙ୍କର ସଉକ । କୁହାଯାଏ ଯେ ଗୃହପାଳିତ ପଶୁ ରଖିଲେ ଶୁଭ ହୋଇଥାଏ, ଘରର ଆର୍ଥିକ ସ୍ଥିତି ଦୃଢ ହୁଏ, ସୁଖଶାନ୍ତିର ବାତାବରଣ ରହେ ଏବୋଂ ଘରର ସଦସ୍ୟଙ୍କ ମାନସିକ ସ୍ଥିତି ଭଲ ରହେ । ତେବେ ଜାଣନ୍ତୁ ଯେ କେଉଁ କେଉଁ ଗୃହପାଳିତ ପଶୁଙ୍କୁ ଘରେ ରଖିଲେ ଶୁଭ କୁହାଯାଏ ।

  • ଗାଈ: ଗାଈ ରଖିବା ଘର ପାଇଁ ଅତ୍ୟନ୍ତ ଶୁଭ । ଗାଇକୁ ଗୋମାତା କୁହାଯାଏ ଓ ପୂଜା ମଧ୍ୟ କରାଯାଏ । ଏହାଦ୍ଵାରା ଘରର ଧନ, ଜନ ଓ ଯଶକୀର୍ତି ବଢେ ।
  • କୁକୁର: ଘରେ କୁକୁର ରଖିଲେ ଧନ ଆସେ ବୋଲି କୁହାଯାଏ । କୁକୁର ମଧ୍ୟ ଏକ ବିଶ୍ଵସ୍ତ ପ୍ରାଣୀ । ଘରର ଆୟ ବଢ଼ାଇବା ପାଇଁ କୁକୁର ପାଳନ୍ତୁ ଓ ତା’ର ଠିକ୍ ସେବା କରନ୍ତୁ । ତାକୁ ଠିକ୍ ସମୟରେ ଖାଇବାକୁ ଦିଅନ୍ତୁ।
  • ଶୁଆ: ଶୁଆ ଦେଖିବାକୁ ଖୁବ ସୁନ୍ଦର। ତେଣୁ ତାକୁ ସମସ୍ତେ ଘରେ ରଖିବାକୁ ଭଲ ପାଆନ୍ତି। ଏମାନେ ବହୁତ ଚାଲାକ। ଘର ଉପରେ କୌଣସି ବିପଦ ପଡ଼ିବାର ଥିଲେ ଏହା ଆଗତୁରା ଜାଣିପାରେ। ତେଣୁ ଘରେ ଶୁଆ ରଖିବା ଶୁଭ ବୋଲି କୁହାଯାଏ।
  • ଘୋଡ଼ା: ଘୋଡ଼ାକୁ ଐଶ୍ୱର୍ଯ୍ୟର ପ୍ରତୀକ କୁହାଯାଏ। ଘରେ ଘୋଡ଼ା ପାଳିଲେ ଅବା ତା’ର ପ୍ରତିମା ରଖିଲେ ଶୁଭ ଫଳ ମିଳେ ବୋଲି କୁହାଯାଏ। ଘୋଡ଼ା ପାଳିଲେ ଉଭୟ ଯଶ ଓ ଧନ ପ୍ରାପ୍ତି ହୋଇଥାଏ।
  • ସୁନେଲି ମାଛ : ଘରେ ସୁନାରଙ୍ଗର ମାଛ ପାଳିବା ଅତ୍ୟନ୍ତ ଶୁଭ ମନାଯାଏ। ସୁନା ରଙ୍ଗର ମାଛ ପାଳିଲେ ଘରେ ସୁଖଶାନ୍ତି ବଢ଼େ ବୋଲି କୁହାଯାଏ।

ପଢନ୍ତୁ, ଭାରତ ତରଫରୁ ନହେଲେ ବି ଅନ୍ୟ ଦେଶ ପାଇଁ ଖେଳିପାରିବି- ପୂର୍ବତନ ଦ୍ରୁତ ବୋଲର ଶ୍ରୀଶାନ୍ଥ

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ