ଲୁଣ-ଚିନି ଖାଇବା ପ୍ରତି ଦିଅନ୍ତୁ ଧ୍ୟାନ ! ଜାଣିରଖନ୍ତୁ ବୟସଅନୁସାରେ କେତେମାତ୍ରରେ ଲୁଣ-ଚିନି ଖାଇବା ଶରୀର ପ୍ରତି ଉପଯୋଗୀ ଅଟେ

ରୋଷେଇ ସମୟରେ ଲୁଣ ମୁଖ୍ୟ ଭୂମିକା ନିଭାଇଥାଏ। ଭୋଜନ ସମୟରେ ମଧ୍ୟ ଚିନିର ଗୁରୁତ୍ଵପୂର୍ଣ ଭୂମିକା ରହିଛି। ଯଦି ଆପଣ ଲୁଣ ଚିନି ଆବଶ୍ୟକରୁ ଅଧିକ ଖାଉଛନ୍ତି , ସେ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଏହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ମନେ ରଖନ୍ତୁ ନିଜ ବୟସ ଅନୁସାରେ ହିଁ ଚିନି-ଲୁଣର ଉପଯୋଗ ଖାଦ୍ୟରେ କମ୍ କରିବା ହିଁ ଉଚିତ। ବଲିଉଡ ତାରକା ମାନେ ନିଜ ଦୈନନ୍ଦିନ ଖାଦ୍ୟରେ ଚିନିର ବ୍ୟବହାର ଆଦୌ କରନ୍ତି ନାହିଁ। ଏହା ହିଁ ସେମାନଙ୍କ ଫିଟ୍ ରହିବାର ପ୍ରମୁଖ ରହସ୍ୟ। ଏକ ବିଶେଷଜ୍ଞ ମତ ଅନୁଯାୟୀ ଲୁଣ ଓ ଚିନିର ଉପଯୋଗିତାକୁ ନେଇ ଏକ ତାଲିକା ପ୍ରସ୍ତୁତ କରିଛନ୍ତି।

ଆସନ୍ତୁ ଜାଣିବା ବୟସ ଅନୁସାରେ କେତେ ପରିମାଣର ଲୁଣ ଚିନି ଖାଇବା ଶରୀର ପ୍ରତି ଲାଭଦାୟକ ହୋଇଥାଏ-

  • ବର୍ଷକରୁ ୩ ବର୍ଷର ପିଲା ନୀତିଦିନ ଅତିବେଶୀରେ ୨.୫ ମିଲିଗ୍ରାମ୍ ଲୁଣ ଖାଇବା ସହ ଚିନି ଆଦୌ ନ ଖାଇବା ଭଲ।
  • ୪ ରୁ ୮ ବର୍ଷର ପିଲା ୩ ଗ୍ରାମ୍ ଲୁଣ ବିଭିନ୍ନ ବ୍ୟଞ୍ଜନ ଉପଯୋଗରେ ଖାଇବା ସହ ଚିନି ନିୟମିତ ୧ ଚାମଚ ହିଁ ଖାଇବା ଭଲ।
  • ୯ ବର୍ଷରୁ ୫୦ ବର୍ଷ ବୟସର ବୟସ୍କମାନେ ୩.୭୫ ମିଲିଗ୍ରାମ୍ ଲୁଣ ଓ ୩ଚାମଚ ଚିନି ଖାଇବା ଭଲ।
  • ୫୦ ବର୍ଷରୁ ଅଧିକ ବୟସ୍କ ଲୋକେ ନିଜ ଖାଦ୍ୟପେୟ ବାବଦରେ ସଚେତନ ହେବା ନିତାନ୍ତ ଜରୁରୀ। ଖୁବ୍ କମ୍ ମାତ୍ରାରେ ଲୁଣ ଓ ଚିନିର ଉପଯୋଗରେ ଏମାନେ ଖାଦ୍ୟ ଖାଇବା ଉଚିତ।
  • ଲୁଣ-ଚିନିର ଉପଯୋଗ ପ୍ରତି ସଚେତନ ନ ହେଲେ ଆଗାମୀ ଦିନରେ ମଧୁମେହ, ଉଚ୍ଚରକ୍ତଚାପ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ସର୍ବାଧିକ।

ପଢନ୍ତୁ;

କେଉଁ ଖାଦ୍ୟ ଗରମ କରି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣନ୍ତୁ

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ