ଭାରତୀୟ ପ୍ରତିରକ୍ଷା ଗବେଷଣା ଏବୋଂ ବିକାଶ ସଂଗଠନ ଦ୍ଵାରା ଚାନ୍ଦିପୁରରୁ ନିର୍ଭୟ କ୍ଷେପଣାସ୍ତ୍ର ପରୀକ୍ଷଣ

ଲଗାତାର ଦୁଇଥର ପରିକ୍ଷଣ ବିଫଳ ହେବା ପରେ, ଭାରତୀୟ ପ୍ରତିରକ୍ଷା ଗବେଷଣା ଏବୋଂ ବିକାଶ ସଂଗଠନ (ଡିଆରଡିଓ) ଏବେ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ସବସୋନିକ କ୍ରୁଜ ମିଜାଇଲ ନିର୍ଭୟର ଆଉ ଏକ ପରୀକ୍ଷଣ ପାଇଁ ପ୍ରସ୍ତୁତି କରୁଛି । ଓଡିଶାର ଚାନ୍ଦିପୁର ସ୍ଥିତ ସମନ୍ଵିତ କ୍ଷେପଣାସ୍ତ୍ର ଘାଟିରୁ ଏହାର ପରୀକ୍ଷଣ କରାଯିବ । ପଞ୍ଚମଥର ପାଇଁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଉଛି । ପୂର୍ବରୁ ଚାରି ଥର ପରୀକ୍ଷଣ କରାଯାଇଥିଲେ ହେଁ, ତିନିଥର ଏହା ବିଫଳ ହେଇଥିଲା । କିନ୍ତୁ ଏଥରକ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହେବ ବୋଲି ଡ଼ିଆରଡିଓ ଆଶାବାଦି ଅଛି । ସଂସ୍ଥାର ମୁଖ୍ୟ ଏସ ଖ୍ରୀଷ୍ଟୋଫର ରବିବାର ଦେଇଥିବା ସୂଚନା ଅନୁସାରେ ଗତ ପରୀକ୍ଷଣ ବେଳେ ଏଥିରେ ଯେଉଁସବୁ ତ୍ରୁଟି ଦେଖାଯାଇଥିଲା ତାହାକୁ ଏବେ ଦୂର କରି ଦିଆଯାଇଛି ।

ଚଳିତ ବର୍ଷ ମେ’ ମାସରେ ଏହି ପରୀକ୍ଷଣ କରାଯିବାର ଥିଲେ ହେଁ ଶେଷ ମୂହୁର୍ତ୍ତରେ କିଛି ତ୍ରୁଟି ପରିଲିଖିତ ହେବାରୁ ତାହାକୁ ସ୍ଥଗିତ ରଖାଯାଇଥିଲା । କ୍ଷେପଣାସ୍ତ୍ରର ଡେଣା (ଉଇଙ୍ଗ) ମୁତୟନ ଏବୋଂ ଏଥିରେ ଲାଗିଥିବା ଦିଗନିର୍ଣ୍ଣୟକାରୀ ସଫ୍ଟୱେୟର କିଛି ସମସ୍ଯା ଦେଖାଦେଇଥିଲା । ହେଲେ ଡ଼ିଆରଡିଓ ବୈଜ୍ଞାନିକମାନେ ଏସବୁ ସମସ୍ୟାର ନିରାକରଣ କରିଛନ୍ତି । ଏବେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରେ ଏହି କ୍ଷେପଣାସ୍ତ୍ରର ବିଭିର୍ଣ୍ଣ ପ୍ରଣାଳୀର ଯାଞ୍ଚ କରାଯାଉଛି ।

ଚଳିତ ମାସ ୭ରୁ ୯ ତାରିଖ ମଧ୍ୟରେ ଏହାର ପରୀକ୍ଷଣ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । କିନ୍ତୁ ଏହି ପରିକ୍ଷଣକୁ ମଙ୍ଗଳବାର କରିବା ପାଇଁ ଜୋରଦାର ପ୍ରୟାସ କରାଯାଉଛି ।

ନିର୍ଭୟ କ୍ରୁଜ ମିସାଇଲର ବିଶେଷତ୍ଵ  ହେଉଛି ଯେ ଏହା ପ୍ରଥମେ ରକେଟ ଭଳି ଉପରକୁ ଉଠିଥାଏ । ମାତ୍ର ଏହାପରେ ସିଏ ଏକ ବିମାନ ପରି ଗତି କରେ । ଏହା ଭୁପୃଷ୍ଠରୁ ଅତି କମ ଉଚ୍ଚତାରେ ଗତି କରୁଥିବାରୁ ଶତ୍ରୁର ରାଡ଼ାର ଏହାକୁ ଚିହ୍ନଟ କରିବା କାଠିକର ପାଠ । ଶତ୍ରୁର ରାଡ଼ାରକୁ ଧିକା ଦେବାରେ ଏହା ଆମେରିକାର ଟୋମାହକ କ୍ରୁଜ ମିଯାଇଲ ସହ ସମାନ । ଏହା ୦.୮ ମାକ ବେଗରେ ଗତି କରିଥାଏ । ଏହାର ଲମ୍ବ ହେଉଛି ୬ ମିଟର ଏବୋଂ ବ୍ୟାସ ୦.୫୨ ମିଟର । ଏହାର ଓଜନ ୧୫୦୦ କିଲୋ ହେଇଥିଲାବେଳେ ଏଥିରେ ୨୦୦ କିଲୋ ଓଜନର ୱାରହେଡ଼ ସଂଯୁକ୍ତ କରାଯାଇପାରିବ । ଏହି କ୍ଷେପଣାସ୍ତ୍ର ପ୍ରାୟ ୧,୦୦୦ କିମି ଦୂର ଯାଏଁ ଲକ୍ଷ ଭେଦ କରିବାକୁ ସକ୍ଷମ ।

୨୦୧୩ ମାର୍ଚ୍ଚ ୧୨ରେ ଏହାର ପ୍ରଥମ ପରୀକ୍ଷଣ କରାଯାଇଥିଲା । କିନ୍ତୁ ଏହା ନିଜ ମାର୍ଗରୁ ବିଚ୍ୟୁ ହେଇଥିଲା ଏବୋଂ ଏହାର କିଛି ଅଂଶ ପରୀକ୍ଷଣ ସ୍ଥଳରୁ ୧୫୦ କିମି ଦୂରରେ ଅବସ୍ଥିତ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ସ୍ଥାନରେ ଖସିପଡିଲା । ୨୦୧୪ ରେ କରାଯାଇଥିବା ପରୀକ୍ଷଣରେ କିଛିଟା ସଫଳତା ମିଳିଥିଲା । ମାତ୍ର ପରବର୍ତ୍ତୀ ଦୁଇଟି ପରୀକ୍ଷଣ ବିଫଳ ହେଇଥିଲା ।

ପଢନ୍ତୁ, ମହିଳା ଶକ୍ତି – ମହିଳା ଏସିଆ କପ ହକିରେ ଭାରତ ଚମ୍ପିୟାନ

Related posts

ଏୟାରସେବା 2.0ର ଶୁଭାରମ୍ଭ କଲେ ସୁରେଶ ପ୍ରଭୁ

ଉତ୍ତରପ୍ରଦେଶରେ ଚାଷୀଙ୍କ ଋଣ ଶୁଝିଲେ ଅମିତାଭ

କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୫୦ ମୃତ