ଇଟାଲୀର ନାପୋଲିରେ ଚମକିଲେ ଦୂତୀ ଚାନ୍ଦ, ଇଂରାଜୀ ପତ୍ରିକାର କଭର୍‌ ପେଜ୍‌ରେ ଚମକିଲେ

Untitled 1

ଇଟାଲିରେ ଚମକିଲେ ଧାବିକା ଦୂତୀ ଚାନ୍ଦ । ନାପୋଲିଠାରେ ଚାଲିଥିବା ୩୦ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ମହିଳା ୧୦୦ ମିଟର ଦୌଡ଼ରେ ଦୂତୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲ୍ ପାଇଁ ଯେମିତି ସେ ନିଜ ସବୁ ଶକ୍ତି ସାଇତି ରଖିଥିଲେ। ମୋଟ ଉପରେ ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍ ଖେଳିଥିବା ଦୂତି ସେଠାରେ ୧୧.୩୨ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ସହ ସମଗ୍ର ଭାରତ ବର୍ଷକୁ ଗୌରବାନ୍ବିତ କରିଥିଲେ। ତିନିଟି ଯାକ ପର୍ଯ୍ୟାୟରେ ସେ କ୍ରମାଗତ ଭବେ ନିଜ ଟାଇମିଂରେ ଉନ୍ନତି ଆଣିଥିଲେ। ତେବେ ଦୂତିଙ୍କ ଏଭଳି ସପଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ  ତାଙ୍କୁ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାିଛନ୍ତି ।

ଇଂରାଜୀ ପତ୍ରିକାର କଭର୍‌ ପେଜ୍‌ରେ ଦୌଡ଼ରାଣୀ ଦୂତୀ

ଦୂତୀ ଚାନ୍ଦଙ୍କ ଫଟୋ ମହିଳା କୈନ୍ଦ୍ରିକ ଇଂରାଜୀ ପତ୍ରିକା ‘କସ୍‌ମୋପଲିଟାନ୍‌’ର ଜୁଲାଇ ମାସ ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଛି। କସ୍‌ମୋଇଣ୍ଡିଆ ପକ୍ଷରୁ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଦୂତୀଙ୍କ ଫଟୋ ଥିବା ପ୍ରଚ୍ଛଦ ପୃଷ୍ଠାକୁ ପୋଷ୍ଟ୍ କରାଯାଇଛି।ସଦ୍ୟ ସଂସ୍କରଣର କଭର୍ ପେଜ୍ ପୋଷ୍ଟ୍ କରି ‘କସ୍‌ମୋଇଣ୍ଡିଆ’ ପକ୍ଷରୁ କୁହାଯାଇଛି ଯେ, ନିକଟରେ ଦୂତୀ ଚାନ୍ଦ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବେ ଖୋଲାଖୋଲି ତାଙ୍କ ସମଲିଙ୍ଗୀ ସଂପର୍କ ବିଷୟରେ ପ୍ରକାଶ କରିଥିଲେ। ସେ କସ୍‌ମୋଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ ତାଙ୍କ କ୍ରୀଡ଼ା ଜୀବନ ଓ ଅନ୍ୟାନ୍ୟ ବିଷୟରେ କହିଛନ୍ତି।

ପଢନ୍ତୁ: ଆଜି ୪୭ ବର୍ଷରେ ପାଦ ଥାପିଲେ କ୍ରିକେଟ୍ ଜଗତର ପ୍ରତିିଭାବାନ୍ ଖେଳାଳୀ ସୌରଭ ଗାଙ୍ଗୁଲୀ

Related posts

ସେନାରୁ ଫେରି ବିଜ୍ଞାପନ ସୁଟିଂରେ ବ୍ୟସ୍ତ ଧୋନି

ମିକାଙ୍କ ପରେ ଏବେ ସଲମାନ୍ ଖାନଙ୍କୁ ମଧ୍ୟ ହୋଇପାରନ୍ତି ବ୍ୟାନ୍

ବିବାଦୀୟ ଫିଲ୍ମ ପୋଷ୍ଟରକୁ ନେଇ ମୁହଁ ଖୋଲିଲେ ପପୁ