ଭୂମିକମ୍ପ: ୪.୦ ତୀବ୍ରତାରେ ଥରିଲା ଦିଲ୍ଲୀ-ହରିୟାଣା

ଦିଲ୍ଲୀ-ହରିୟାଣାରେ ଭୂମିକମ୍ପ

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରବିବାର ଅପରାହ୍ନ ୩.୩୭ ମିନିଟ ସମୟରେ ଭୂମିକମ୍ପର ଝଟକା ଅନୂଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ମପା ଯାଇଛି। ଭୂମିକମ୍ପର କେନ୍ଦ୍ର ହରିଆଣାର ସୋନିପତ୍‌ରେ ବୋଲି ଜଣାପଡ଼ିଛି।

ଦିଲ୍ଲୀ, ନଏଡ଼ା, ଗୁରୁଗ୍ରାମ୍‌, ଫରିଦାବାଦ୍‌ରେ ଭୂମିକମ୍ପର ଝଟ୍‌କା ଅଧିକ ଅନୂଭୂତ ହୋଇଛି। ଏହାସହ ହରିଆନା ଓ ଉତ୍ତର ପ୍ରଦେଶରେ କିଛି ସ୍ଥାନରେ ମଧ୍ୟ ଝଟ୍‌କା ଅନୁଭୂତ ହୋଇଛି।

ଭୂକମ୍ପ ଯୋଗୁ ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ଏପରି କି ବିଭିନ୍ନ ଅଫିସ ଏବଂ ଘର ମଧ୍ୟରୁ ଲୋକମାନେ ବାହାରକୁ ବାହାରି ଆସିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହାଯୋଗୁ କିଛି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ହସ୍ତଗସ୍ତ ହୋଇନାହିଁ।

ପଢନ୍ତୁ;ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଔଷଧ ଖାଇବା ସମୟରେ ଖାଇବା ଉଚିତ ନୁହେଁ?

Related posts

ରାଜ୍ୟସରକାର ବଢାଇଲେ ବାର୍ଦ୍ଧକ୍ୟ ଭତ୍ତା

ରାଜଧାନୀ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଓଡିଶାକୁ ଦିଅ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା