ତାଇୱାନରେ ବଡ଼ ଧରଣର ଭୂକମ୍ପ : ୨ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଲୋକ ଆହତ

ତାଇଓ୍ଵାନର ପୂର୍ବତଟରେ ୬.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।

ଏଥିରେ ଅନେକ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଭଗ୍ନସ୍ତୁପ ତଳେ ୩୦ରୁ ଅଧିକ ବ୍ୟକ୍ତି ଫସି ରହିଥିବା ସୂଚନା ମିଳିଛି। ସୁରକ୍ଷା କର୍ମୀ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୫୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇଛି । ତାଇଓ୍ଵାନର ୨ଟି ହେଟେଲ ବିଶେଷ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହି  ଭୂକମ୍ପରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭୂକମ୍ପ ଝଟକା ପରେ ସହରର ବହୁତଳ ବିଶିଷ୍ଟ ଏକ ହୋଟେଲ ସାମାନ୍ୟ ଭାବରେ ଢଳି ପଡ଼ିଛି । ତାଇୱାନର ନ୍ୟାସନାଲ ଫାୟାର ଏଜେନ୍ସି ମୁତାବକ ହୋଟେଲରେ ୩୦ ଜଣ ଫସିଯାଇଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ତାଇୱାନର ଆଉ ଏକ ହୋଟେଲକୁ ମଧ୍ୟ ବଡ଼ କ୍ଷତି ପହଞ୍ଚାଇଛି । ହୋଟେଲରୁ ଲୋକଙ୍କୁ ଉଦ୍ଧାର କରାଯାଉଛି ।

ସ୍ଥାନୀୟ ସମୟ ଅନୁସାରେ ରାତି ୧୧ଟା ୫୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ଭୂକମ୍ପର କେନ୍ଦ୍ର ତାଇୱାନ ଉପକୂଳ ସହର ‘ହୁଆଲିନ’ ଠାରୁ ୨୦ କିଲୋମିଟର ପୂର୍ବରେ ଥିଲା ।

ସୂଚନାଯୋଗ୍ୟ, ବିଗତ କିଛି ଦିନ ହେବ ତାଇୱାନରେ ଭୂକମ୍ପ ଦେଖାଯାଇଛି । ସେହିଭଳି ମାତ୍ର ୨ଘଣ୍ଟା ମଧ୍ୟରେ ୫ଟି ଭୂକମ୍ପ ଆସିଛି । ୧୯୯୯ରେ ୭.୬ ତୀବ୍ରତାର ଭୂକମ୍ପ ଯୋଗୁଁ ଏହି ଦେଶରେ ଅତି କମରେ ୨୪୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା।

ପଢନ୍ତୁ ;

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ୍

Related posts

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

ଏହି ସବୁ ରାଜ୍ୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ହେବନି ଲାଗୁ

ପାରିକର ହିଁ ଗୋଆର ମୁଖ୍ୟମନ୍ତ୍ରୀ ରହିବେ