ଜମ୍ମୁ-କଶ୍ମୀର, ହରିୟାଣାରେ ଭୂକମ୍ପ ଝଟକା

ଜମ୍ମୁ କଶ୍ମୀର ଓ ହରିୟାଣାରେ ବୁଧବାର ଭୋର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଜମ୍ମୁ କଶ୍ମୀର ଓ ହରିଆଣାର ଝଜ୍ଜରରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁ କଶ୍ମୀରରେ ସକାଳ ୫ଟା ୧୫ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହା ରିକ୍ଟର ସ୍କେଲରେ ୪.୬ ତୀବ୍ରତା ଥିଲା।

ଭାରତୀୟ ପାଣିପାଗ ସଂସ୍ଥାନ ମତରେ, ଉତ୍ତରକୁ ୩୫. ୬ଂ ଅକ୍ଷାଂଶ ଓ ପୂର୍ବକୁ ୭୬. ୩ଂ ଦ୍ରାଘିମାରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ଭୂଗର୍ଭର ୧୭୪ କିଲୋମିଟର୍‌ ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀ-ଏନସିଆରରେ ସୋମବାର ଭୂମିକମ୍ପ ଅନୁଭୂତ ହୋଇଥିଲା । ତା’ ପୂର୍ବରୁ ରବିବାର ଦିଲ୍ଲୀରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରି ନଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ଥିଲା।

ପଢନ୍ତୁ; ଝାରସୁଗୁଡ଼ାରେ ବୋଇଂ-୩୭୩ ବିମାନର ଅବତରଣ

Related posts

୨୦୧୯ ଲୋକସଭା ନିର୍ବାଚନ ଲଢିବେ ନାହିଁ ସୁଷମା ସ୍ୱରାଜ

ଜାମୁକାଶ୍ମୀର:ଏନ୍‌କାଉଣ୍ଟରରେ ୪ ଅାତଙ୍କବାଦୀ ନିହତ

ବିୟର ଫ୍ୟାକ୍ଟ୍ରି ବାତିଲ କଲେ ମୁଖ୍ୟମନ୍ତ୍ରୀ