ଅତ୍ୟଧିକ ଚିନି ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ଜାଣନ୍ତୁ?

ଚିନିର ସ୍ବାଦ ଯେତିକି ମିଠା, ଶରୀର ଉପରେ ଏହାର କୁପ୍ରଭାବ ତାହାଠାରୁ ଅନେକ ଗୁଣା ଅଧିକ । ଏହାର ବ୍ୟବହାର ମଣିଷ ଦେହରେ ବହୁ ରୋଗ ସୃଷ୍ଟି କରିଥାଏ । ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର କୌଣସି ନିଶାଠାରୁ ମଧ୍ୟ କମ୍‌ ନୁହେଁ । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଟିକେ ହାଲ୍‌କା ହେବାପାଇଁ ବା ବିଷାଦରୁ ମୁକ୍ତିପାଇଁ ଆମେ ଚା’ ପିଇଥାଉ । ମାତ୍ର ଆମେ ଜାଣି ରଖିବା ଜରୁରୀ ଯେ, ଚା’ ବାହାନାରେ ଆମେ ଚିନି ହିଁ ସେବନ କରିଥାଉ । ସେଥିପାଇଁ ଏହାକୁ ମିଠା ଜହରର ଆଖ୍ୟା ଦେଲେ ଅତ୍ୟୁକ୍ତି ହେବନାହିଁ । ତେବେ ଆସନ୍ତୁ ଜାଣିବା ଚିନି ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଅତ୍ୟଧିକ ଚିନି ଖାଇବା ଦ୍ଵାରା ଏହି ସବୁ ରୋଗ ହୋଇଥାଏ :-

  • ମେଦବହୁଳତା :- ମେଦବହୁଳତା ଅନେକଙ୍କ କ୍ଷେତ୍ରରେ ଏବେ ଜଟିଳ ସମସ୍ୟା ସୃଷ୍ଟି କରିଛି । ଅତ୍ୟଧିକ ମିଠା ବା ଚିନି ଖାଇବା ଏହାର ଏକ ମୁଖ୍ୟ କାରଣ ।
  • ଲିଭର(ଯକୃତ) ସମସ୍ୟା : – ଯେବେ ଆମେ ଚିନି ଖାଇଥାଉ, ସେଥିରେ ଥିବା ଫ୍ରୁକ୍ଟୋଜ ସିଧାସଳଖ ଆମ ଲିଭର ବା ଯକୃତରେ ପହଞ୍ଚି ଥାଏ । ଫ୍ରୁକ୍ଟୋଜ ଶରୀର ପାଇଁ ଜରୁରୀ। ମାତ୍ର ଶାରିରୀକ ପରିଶ୍ରମ କମ୍‌ କରୁଥିବା ଲୋକଙ୍କ କ୍ଷେତ୍ରରେ ଲିଭର ଏହି ଫ୍ରୁକ୍ଟୋଜକୁ ଚର୍ବିରେ ପରିଣତ କରିଥାଏ । ଫଳରେ ଏହା ଲିଭର କ୍ୟାନ୍‌ସର ସୃଷ୍ଟି କରିଥାଏ ।
  • ମଧୁମେହ :-  ଏବେ ମଧୁମେହ ଏକ ଜଣାଶୁଣା ରୋଗ । ସାରା ବିଶ୍ୱରେ ଭାରତକୁ ମଧୁମେହର ରାଜଧାନୀ ଭାବେ ବିବେଚିତ କରାଯାଉଛି । ପ୍ରାୟତଃ ସମସ୍ତଙ୍କ ପରିବାରରେ କେହି ନା କେହି ଏହି ରୋଗର ଶିକାର ହେଉଛନ୍ତି । ଏହି ରୋଗର ମୂଳ କାରଣ ଚିନି । ଏକଥା ସମସ୍ତେ ଜାଣି ମଧ୍ୟ ଏହାର ବ୍ୟବହାରରୁ ମୁକୁଳିବା ଅନେକଙ୍କ କ୍ଷେତ୍ରରେ ଅସମ୍ଭବ ହୋଇପଡ଼ିଛି ।
  • ହୃଦ୍‌ଘାତ : – ଅଧିକ ଚିନି ସେବନ କରୁଥିବା ଲୋକଙ୍କଠାରେ ଅଧିକ ମାତ୍ରାରେ ଟ୍ରାଇଗ୍ଲିସେରାଇଡ଼ ଏବଂ କମ୍‌ ଏଚ୍‌ଡିଏଲ୍‌ କୋଲେଷ୍ଟରଲ ରହୁଥିବା ଜଣାପଡ଼ିଛି । ଏଚ୍‌ଡିଏଲ୍‌ କୋଲେଷ୍ଟରଲ ଶରୀର ପାଇଁ ନିହାତି ଆବଶ୍ୟକ ହୋଇଥିବାବେଳେ ଏହା ହୃଦ୍‌ଘାତରୁ ରକ୍ଷା କରିଥାଏ । ତେଣୁ ଏହାର ମାତ୍ରା କମିବା ହୃଦ୍‌ଘାତର ମୁଖ୍ୟ କାରଣ ହୋଇଥାଏ ।

ପଢନ୍ତୁ ;

ବୟସ ଅନୁସାରେ କେତେ ସମୟ ଶୋଇବା ଆପଣଙ୍କ ଶରୀର ପାଇଁ ଭଲ ଜାଣନ୍ତୁ ?

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ