ଆଜି ରିଲିଜ୍ ହେବନି ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦିନକୁ ଦିନ ଏହି ଫିଲ୍ମ ବିବାଦୀୟ  ହୋଇ ଚାଲିଛି। କିଛି ଦିନ ଆଗରୁ ଏହି ଫିଲ୍ମର ଜୋରଦାର ପ୍ରମୋସନ ଚାଲିଥିଲା। କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନୟ କରୁଥିବା ବିବେକ ଓବେରୟ ଏହି ଫିଲ୍ମ ପାଇଁ ଏକ ପ୍ରେସ ମିଟ୍ କରିବା ସମୟରେ ଖବର ଆସିଥିଲା ଯେ ସୁପ୍ରିମ କୋର୍ଟ ଏହି ଫିଲ୍ମ ଉପରେ ରୋକ ଲଗାଇଛି। ଏହି ଫିଲ୍ମର ପ୍ରଦର୍ଶନ ନିର୍ବାଚନ ଶେଷ ପରେ ହିଁ ହୋଇପାରିବ ବୋଲି କହିଛନ୍ତି ନିର୍ବାଚନ କମିଶନର।

ତେବେ ନିର୍ବାଚନ ପୂର୍ବରୁ ମୋଦୀଙ୍କ ବୟୋପିକ ପ୍ରେକ୍ଷାଳୟକୁ ଆସିଲେ ଏହା ନିର୍ବାଚନ ଆଚରଣ ବିଧିର ବିରୋଧ ହେବବୋଲି କହିଛି ନିର୍ବାଚନ ଆୟୋଗ। ଆଚରଣ ବିଧି ଉଲ୍ଲଂଘନ ସହ ଜନମତକୁ ଏସବୁ ଫିଲ୍ମ ପ୍ରଭାବିତ କରିବା ଆଶଙ୍କା ନେଇ ବାରମ୍ବାର ଅଭିଯୋଗ ପରେ ଶେଷରେ ନିର୍ବାଚନ କମିଶନର ଏଭଳି ନିଷ୍ପତ୍ତି ନେଇଛନ୍ତି।
ପଢନ୍ତୁ: ଆଜି ପରଦାକୁ ଆସିଛି ଓଡିଆ ଚ୍ଚଳଚିତ୍ର “ବିଜୁ ବାବୁ”

Related posts

ତିନୋଟି ଭାଷାରେ ରିଲିଜ ହେବ ସବ୍ୟସାଚୀଙ୍କ ଆଗାମୀ ଫିଲ୍ମ’ଯେତେ ଗୋରି ସେତେ ଷ୍ଟୋରି’

ଆଜି ପରଦାକୁ ଆସିଛି ଓଡିଆ ଚ୍ଚଳଚିତ୍ର “ବିଜୁ ବାବୁ”

ବକ୍ସ ଅଫିସ୍‌ରେ ଧୁମ୍ ମଚାଉଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’