ମାତ୍ର ଦୁଇ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ଇସ୍ତଫା ଦେଲେ ବି ଏସ୍ ୟେଦୁରପ୍ପା !

ବହୁମତ ପରୀକ୍ଷାକୁ ନ ଯାଇ ଇସ୍ତଫା ଦେଲେ ୟେଦ୍ୟୁରପ୍ପା

କର୍ଣ୍ଣାଟକ ରାଜନୈତିକ ମହାଡ୍ରାମାରେ ନାଟକୀୟ ପରିସମାପ୍ତି ଘଟିଛି । ବହୁମତ ପରୀକ୍ଷଣ ପୂର୍ବରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ବିଧାନସଭାରେ ଭାବୁକ ଭାଷଣ ଦେଇ  ନିଜର ଇସ୍ତଫା ଘୋଷଣା କରିଛନ୍ତି ୟେଦୁରପ୍ପା । ସେ ରାଜ୍ୟପାଳଙ୍କୁ ଯାଇ ତାଙ୍କର ଇସ୍ତଫା ପତ୍ର ଦେବେ ବୋଲି ଗୃହରେ ପ୍ରକାଶ କରିଥିଲେ ।

ଆସ୍ଥା ଭୋଟ୍‌ ପୂର୍ବରୁ ବିଧାନସଭାରେ ନିଜର ବିବୃତ୍ତି ରଖିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି । ନିଜ ଅଭିଭାଷଣରେ ସେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ କୃଷକମାନଙ୍କ ପ୍ରତି ହେଉଥିବା ଅନ୍ୟାୟର ସମ୍ପର୍କରେ ସ୍ୱର ଉତ୍ତୋଳନ କରିଥିଲେ । ବିବୃତ୍ତି ଶେଷରେ ନିଜ ପଦବିରୁ ଇସ୍ତାପ ଦେଉଥିବା କହିଥିବା ବେଳେ ଏଠରୁ ସିଓଧା ଶଳ,ଖ ରାଜ୍ୟପାଳଙ୍କ ପାଖକୁ ଯିବେ ବୋଲି କହିଥିଲେ। ଏହାପରେ ସେ ଗାଁ ଗାଁ ବୁଲି  ଲୋକଙ୍କ ପ୍ରକୃତ ସତ ବୁଝାଇବାକୁ ଚେଷ୍ଟ କରିବେ ବୋଲି ସେ କହିଛନ୍ତି ।

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ୨୪ଘଣ୍ଟା ଭିତରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ବିଜେପି ଲାଗି ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଥିଲା । କର୍ଣ୍ଣାଟକ ରାଜ୍ୟପାଳ ବିଜେପିର ସରକାର ଗଢ଼ିବା ଦାବିକୁ ଗ୍ରହଣ କରି ୟେଦୁରପ୍ପାଙ୍କୁ ଆମନ୍ତ୍ରଣ କରିଥିଲେ । ସଂଖ୍ୟା ଗରିଷ୍ଠତା ପ୍ରମାଣ ଲାଗି ୧୫ଦିନ ସମୟ ଦେଇଥିଲେ । ରାଜ୍ୟପାଳଙ୍କ ଏହି ନିଷ୍ପତ୍ତି ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟ ଯାଇଥିଲା । ସର୍ବୋଚ୍ଚ ଅଦାଲତ ମାମଲାର ବିଚାର ପରେ ଶନିବାର ୪ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ କହିଥିଲେ ।

ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍ ହେବାର ଥିଲା । ଯଦିଓ ଫ୍ଲୋର ଟେଷ୍ଟରେ ପାସ୍ ହେବେ ବୋଲି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଦମ୍ଭୋକ୍ତି ପ୍ରକାଶ କରୁଥିଲେ , ତେବେ ସଂଖ୍ୟା ଖେଳରେ ପଛରେ ରହିଥିଲା ବିଜେପି । କର୍ଣ୍ଣାଟକରେ ଏଥର ୨୨୨ ଆସନରେ ଅନୁଷ୍ଠିତ ନିର୍ବାଚନ ଫଳାଫଳ ଅନୁସାରେ ବିଜେପିକୁ ୧୦୪, କଂଗ୍ରେସ୍‌କୁ ୭୮ ଓ ଜେଡିଏସ୍‌କୁ ମିଳିଛି ୩୮ ଆସନ।  ଅନ୍ୟାନ୍ୟ ପାଇଛନ୍ତି ୨ଟି ଆସନ ।

ପଢନ୍ତୁ ;

ମାଡି ଆସୁଛି ସାମୁଦ୍ରିକ ଝଡ଼ ‘ସାଗର’ !

Related posts

ଭୁବନେଶ୍ୱରରୁ ଲଢିବେ ଅପରାଜିତା !

ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ !

ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ସଗରିଆ