ଜେଟ୍‌ଲୀଙ୍କ ବିୟୋଗରେ ରାଜନୀତି ଜଗତରେ ଶୋକର ଛାୟା

Arun Jaitley Admitted To Aiims 644x362

ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ୬୬ ବର୍ଷରେ ପରଲୋକ ହୋଇଯାଇଛି। ଜେଟଲୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରମୁଖ ଜେଟଲୀଙ୍କ ପରଲୋକରେ ଶୋକ ବ୍ୟକ୍ତ  କରିଛନ୍ତି ।

ରାଷ୍ଟ୍ରପତି  ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ସ୍ୱର୍ଗତ୍‍ ଜେଟ୍‍ଲୀ ଜଣେ ବିଚକ୍ଷଣ ଆଇନଜୀବୀ, ଅଭିଜ୍ଞ ସାଂସଦ ଓ ଉଚ୍ଚକୋଟୀର ମନ୍ତ୍ରୀ ଥିଲେ। ଦେଶ ଗଠନରେ ତାଙ୍କର ବିଶେଷ ଅବଦାନ ରହିଛି। ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟାନାଇଡୁ ତାଙ୍କର ଚେନ୍ନାଇ କାର୍ଯ୍ୟକ୍ରମ ବାତିଲ କରି ନୂଆଦିଲ୍ଲୀକୁ ଫେରିବା ସହଜେଟ୍‍ଲୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଅରୁଣ ଜେଟଲୀଙ୍କୁ ଜଣେ ଟାଣୁଆ ରାଜନେତା, ବିଜ୍ଞ ଓ ବିଚକ୍ଷଣ ଆଇନଜୀବୀ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଛନ୍ତି ତାଙ୍କ ବିୟୋଗରେ ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ  ସ୍ୱର୍ଗତ ଜେଟ୍‍ଲୀଙ୍କୁ ଜଣେ ଘନିଷ୍ଠ ବନ୍ଧୁ ଓ ଅତ୍ୟନ୍ତ ମୂଲ୍ୟବାନ ସହକର୍ମୀ ବୋଲି ବର୍ଣ୍ଣନା କରିଛନ୍ତି। ସେହିପରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା  କହିଛନ୍ତି ଜେଟ୍‍ଲୀଙ୍କ ବିୟୋଗରେ ତାଙ୍କର ବ୍ୟକ୍ତିଗତ କ୍ଷତି ହୋଇଛି। ସେ ତାଙ୍କର ଜଣେ ପାରିବାରିକ ବନ୍ଧୁ ଥିଲେ।

ଅରୁଣ ଜେଟଲୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଲେଖିଛନ୍ତି ଯେ ସେ ଅରୁଣ ଜେଟଲୀଙ୍କ ପରଲୋକରେ ମର୍ମାହତ। ଅରୁଣ ଜଣେ ବିଚକ୍ଷଣ ଆଇନଜୀବୀ, ସାଂସଦ ଏବଂ ଜ୍ଞାନୀ ବ୍ୟକ୍ତି ଥିଲେ। ଦେଶର ଶାସନ ବ୍ୟବସ୍ଥାକୁ ତାଙ୍କର ଯୋଗଦାନ ସୁଦୂରବିସ୍ତାରୀ।’

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତି ଯେ ସେ ତାଙ୍କର ମାର୍ଗଦର୍ଶକ ,ଶିକ୍ଷକ ତଥା ଜଣେ ବନ୍ଧୁଙ୍କୁ ହରାଇଛନ୍ତି। ଅରୁଣଜୀ ଦେଶର ଜଣେ ସର୍ବୋତ୍ତମ ଅର୍ଥମନ୍ତ୍ରୀ ଥିଲେ।

ପଢନ୍ତୁ: ଆମାଜନର ନୂଆ ସର୍ଭିସ୍ ! ଏଣିକି ୨ ଘଣ୍ଟା ମଧ୍ୟରେ ପହଂଚି ଯିବ ନିଜ ମନପସନ୍ଦର ସାମଗ୍ରୀ

Related posts

ଠକାମୀର ଶିକାର ହୋଇଗଲେ ଖୋଦ୍ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

କୋଟିଏ ଟଙ୍କାରେ ନିଲାମ ହେଲା ମୋଦିଙ୍କ ରୂପା କଳସ ଓ ଫଟୋ ଷ୍ଟାଣ୍ଡ

ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ ଯୋଗୁ ଭାରତକୁ ଚିହ୍ନିଲା ବିଶ୍ୱ

1 Comment

କାଶ୍ମୀର ଯାଇଥିବା ବିରୋଧୀଦଳ ପ୍ରତିନିଧିମଣ୍ଡଳଙ୍କୁ ଏୟାରପୋର୍ଟରୁ ଫେରାଇଲା ପ୍ରଶାସନ August 24, 2019 - 5:06 pm

[…] ଜେଟ୍‌ଲୀଙ୍କ ବିୟୋଗରେ ରାଜନୀତି ଜଗତରେ ଶୋକ… […]

Add Comment