ନିଜକୁ ଆଇଏଏସ ଅଫିସର କହି ବାହା ହେଉଥିଲେ !

୨୦୧୫ ମସିହାରେ ସିସୋର ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଝାଡପଡା ଜେଲରେ ଥିଲେ

ମୟୁରଭଞ୍ଜ ଜିଲ୍ଲା ଖୁଂଟା ପୋଲିସ ଦ୍ୱାରା ଜଣେ ନକଲି ଆଇଏଏସ ଅଫିସର ଗିରଫ । ଗିରଫ ଯୁବକ ଭଦ୍ରକ ଜିଲ୍ଲାର ରଜତ ପଣ୍ଡା ।  ସେ ଲିଙ୍ଗରାଜ ପଣ୍ଡା ନାଁରେ ପରିଚୟ ଦେଇ ଉଦଳା ତାରିଣୀ ମନ୍ଦିରରେ ମେ ୨୦ ତାରିଖରେ ବିବାହ କରିଥିଲେ । ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେରେ ବୋଲି ସୂଚନା ମିଳିଛି । ନିଜକୁ ମାଲକାନଗିରିର ଉପଜିଲ୍ଲାପାଳ କହି ମୟୁରଭଞ୍ଜ ଦାମୋଦରପୁରରେ ସେ ବିବାହ କରିଥିଲେ ।

ସୂଚନା ଅନୁସାରେ, ଯୁବକ ଜଣକ ନିଜକୁ ଆଇଏଏସ ଅଧିକାରୀ କହି ୧୫ ଦିନ ତଳେ ଜଣେ ଆଶାକର୍ମୀଙ୍କୁ ବିବାହ କରିଥିଲେ । କେବଳ ଯେ ଏହି ଆଶକର୍ମୀଙ୍କୁ ନୁହେଁ ବରଂ ସେ ନିଜକୁ ଆଇଏଏସ ଅଧିକାର କହି ଏକାଧିକ ଥର ବାହା ହୋଇଥିବା ଅଭିଯୋଗ ହୋଇଛି । ଏଥିସହ ସେ ଚାକିରି କରାଇ ଦେବା ନାଁରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।

ଏନେଇ ପୋଲିସ ଖୋଳତାଡ ପରେ ଅଭିଯୁକ୍ତକୁ ଦାମୋଦରପୁର ଅଞ୍ଚଳରୁ ଗିରଫ କରିଛି ।  ପୂର୍ବରୁ ୨୦୧୫ ମସିହାରେ ସିସୋର ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଝାଡପଡା ଜେଲରେ ଥିଲେ । ଏପିରିକି ସେ ଭୁବନେଶ୍ୱରରେ ନାଗେଶ୍ୱର ଟାଙ୍ଗୀ ଅଂଚଳରେ ବିବାହ କରିଥିବା ଜଣାଯାଇଛି । ୨୦୧୫ରେ ସିସୋର ଚିଟଫଣ୍ଡରେ ଫଶି ଦେଢବର୍ଷ ଝାରପଡା ଜେଲରେ ଥିଲେ ରଜତ । ତେବେ ତାଙ୍କ ନାଁରେ ମାଲକାନଗିରି ଥାନାରେ ମାମଲା ଥିବାର ଖୁଂଟା ପୋଲିସକୁ ସୂଚନା ମିଳିଥିଲା । ଖୁଂଟା ପୁଲିସ ମାଲକାନଗିରି ଥାନାରୁ ଖବର ପାଇ ଗତ କାଲି ଦାମୋଦରପୁର ଅଂଚଳରୁ ରଜତଙ୍କୁ ଗିରଫ କରିଛି ।

ପଢନ୍ତୁ ;

ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ !

Related posts

କରଜ ସୁଝିବା ପାଇଁ ବିଭିନ୍ନ କମ୍ପାନୀର ନିଜ ଅଂଶ ବିକ୍ରି କରିବେ ମୁକେଶ ଅମ୍ବାନୀ

ଆଜି ତାଳଚେରର ପ୍ରସିଦ୍ଧ ହେଙ୍ଗୁଳା ଯାତରେ ଶୁଣିବା ହୃଦୟସ୍ପର୍ଶୀ ଭଜନ “ଆସୁଛି ହେଙ୍ଗୁଳା ଯାତ”

୮୦.୫ କୋଟି ବ୍ୟୟରେ ନିର୍ମାଣ ହୋଇଛି ନୂଆ ସାଂସଦଙ୍କ ରହଣି ପାଇଁ ଅସ୍ଥାୟୀ ଗେଷ୍ଟହାଉସ୍