ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଅଗ୍ନିକାଣ୍ଡ, ୫ ମୃତ

ହିମାଚଳପ୍ରଦେଶର ମଣ୍ଡିରେ ଏକ ଆବାସିକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ସୋମବାର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଗୋଟିଏ ପରିବାରର ବୋଲି କୁହାଯାଉଛି। ସ୍ଥାନୀୟ ନେର୍‌ ଚୌକଠାରେ ଘଟିଛି ଏହି ଅଘଟଣ। ଏହି ଘଟଣାରେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ,ସେହି କୋଠାରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଖୁବ କମ ସମୟ ମଧ୍ୟରେ ନିଅାଁ ଚାରିଆଡକୁ ବ୍ୟାପି ଯାଇଥିଲା । ଫଳରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ପରେ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ କୋଠାରେ ନିଅାଁ ଲିଭା କାର୍ଯ୍ୟ ଜାରି ରହିଥିବା ବେଳେ ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଉଛି । ଗ୍ୟାସ ସିଲିଣ୍ଡର କେମିତି ବିସ୍ଫୋରଣ ଘଟିଲା ସେ ସମ୍ପର୍କରେ ପୋଲିସ ଜାଣି ପାରି ନାହିଁ। ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ପୋଲିସ କହିଛି।

ପଢନ୍ତୁ; ଟିଟୋର ସହଯୋଗୀ ବାବୁ ସାହୁଙ୍କୁ ଏନ୍‌କାଉଣ୍ଟର

Related posts

୨୦୧୯ ଲୋକସଭା ନିର୍ବାଚନ ଲଢିବେ ନାହିଁ ସୁଷମା ସ୍ୱରାଜ

ଜାମୁକାଶ୍ମୀର:ଏନ୍‌କାଉଣ୍ଟରରେ ୪ ଅାତଙ୍କବାଦୀ ନିହତ

ବିୟର ଫ୍ୟାକ୍ଟ୍ରି ବାତିଲ କଲେ ମୁଖ୍ୟମନ୍ତ୍ରୀ