ତାମିଲନାଡୁର ଏକ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ : ୯ ପର୍ବତାରୋହୀଙ୍କ ମୃତ୍ୟୁ

କୁରଙ୍ଗାନି ଜଙ୍ଗଲରେ ନିଆଁ

ଦକ୍ଷିଣ ତାମିଲନାଡୁ ଥେରି ଜିଲାର କୁରଙ୍ଗାନି ପାହାଡ଼ରେ ଥିବା ଜଙ୍ଗଲରେ ରବିବାରଠାରୁ ନିଆଁ ଲାଗିଛି । ଜଙ୍ଗଲ ନିଆଁରେ ଫସି ରହିଥିବା ୩୬ ଜଣ ପର୍ବତାରୋହୀଙ୍କ ମଧ୍ୟରୁ ୨୭ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୯ ଜଣଙ୍କ ମୃତ୍ୟୁ ଘଟିଛି । ଆହତ ଲୋକଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

୯ ଜଣଙ୍କ ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ, ୪ ଜଣ ମହିଳା ଓ ଜଣେ ଛୋଟ ଶିଶୁ ରହିଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୧୦ ସୁରକ୍ଷିତ ଥିବାବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ୩୬ଜଣ ଛାତ୍ର ଥେନିରେ ଥିବା କୁଂରଗନି ପାହାଡ଼କୁ ଟ୍ରାକିଂ ପାଇଁ ଯାଇଥିଲେ । ଏହି ଅବସରରେ ଜଙ୍ଗଲରେ ଛାତ୍ରମାନେ ନିଆଁ ଲଗାଇଥିଲେ । ଅଗ୍ନିକାଣ୍ଡର ଭୟାବହତା ଏତେ ରହିଥିଲାଯେ ନିଆଁକୁ ଆୟତ କରିବା କଷ୍ଟକର ହୋଇପଡ଼ିଥିଲା । ଫଳରେ ଏହି ଅଗ୍ନିକାଣ୍ଡରେ ୯ଜଣଙ୍କ ପ୍ରାଣହାନି ହେବା ସହ ଅନେକ ଗୁରୁତର ହୋଇଛନ୍ତି ।

ଏହି ଘଟଣା ପରେ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିର୍ଦ୍ଦେଶରେ ବିମାନ ଯୋଗେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ ପଠାଯାଇଛି ।

ପଢନ୍ତୁ ;

ଗରମ ଦିନେ କେଉଁ କାରଣରୁ ଓଜନ ବଢିଥାଏ ଜାଣନ୍ତୁ ? କେମିତି କରିବେ ଓଜନ ନିୟନ୍ତ୍ରଣ

Related posts

ଏୟାରସେବା 2.0ର ଶୁଭାରମ୍ଭ କଲେ ସୁରେଶ ପ୍ରଭୁ

ଉତ୍ତରପ୍ରଦେଶରେ ଚାଷୀଙ୍କ ଋଣ ଶୁଝିଲେ ଅମିତାଭ

କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୫୦ ମୃତ