ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଶେଷ, ଉଭୟ ସୁସ୍ଥ ଥିବାର ସୂଚନା

ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଶେଷ, ଉଭୟ ସୁସ୍ଥ ଥିବାର ସୂଚନା । ତେବେ ଅସ୍ତ୍ରୋପଚାର ପରେ ଏବେ ଦୁଇ ଶିଶୁ ଅଚେତ ଅଛନ୍ତି । ଜାପାନରୁ ଆସିଥିବା ବିଶେଷଜ୍ଞ କେ. ତାକି ଜାୱାଙ୍କ ନେତୃତ୍ୱରେ ୪୦ ଜଣିଆ ଡାକ୍ତରୀ ଟିମ୍ ଦୀର୍ଘ ୨୦ ଘଣ୍ଟା ଧରି ଏହି ଏହି ବିରଳ ଅସ୍ତ୍ରୋପଚାର କରିଥିଲେ ।

ସୂଚନାନୁଯାଇ କନ୍ଧମାଳର ଏହି ଶିଶୁ ଦ୍ଵୟଙ୍କ ଯୋଡିହେଇ ରହିଥିବା ମୁଣ୍ଡକୁ ଅଲଗା କରିବା ପାଇଁ ପ୍ରାୟତଃ ମାସେ ହେବ ପ୍ରୟାସ ଚାଲିଥିଲା । ବିଭିର୍ଣ ଡାକ୍ତରୀ ପରୀକ୍ଷା କରାଯାଇ ଗତକାଲି ଏହି ବିରଳ ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିଲା ।

କନ୍ଧମାଳ ଜିଲ୍ଲାର ଏହି ଶିଶୁ ଜାଗା-ବଳିଆ ଏକ ଗରିବ ପରିବାରରେ ୨୦୧୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଆର୍ଥିକ ସ୍ଥିତି ଏତେଟା ସ୍ବଚ୍ଛଳ ନଥିବାରୁ ପରିବାର ଲୋକେ ଅସ୍ତ୍ରୋପଚାର ପାଇଁ ସାହାସ କରିପାରିନଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ସହାୟତାରେ ଏହି ବିରଳ ଅସ୍ତ୍ରୋପଚାରର ପ୍ରଥମ ପର୍ଯ୍ୟାୟ ଶେଷ ହେଇଛି । ଦ୍ଵିତୀୟ ପର୍ଯ୍ୟାୟ କେବେହେବ ସେ ନେଇ ଏବେ ପର୍ଯ୍ୟନ୍ତ କିଛି ସୂଚନା ମିଳିନି ।

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ