ଜାଣିରଖନ୍ତୁ ଘରେ ପୂଜା କରିବା ସମୟରେ କେଉଁ ଦିଗପ୍ରତି ଧ୍ୟାନ ଦେବା ଉଚିତ ?

ଭାରତର ବିଭିନ୍ନ ପ୍ରାନ୍ତରେ ପୂଜାର୍ଚ୍ଚନା ସମୟରେ ବାରଣସୀର ପଣ୍ଡିତଙ୍କ ଖୋଜାପଡ଼େ । ସେଠାକାର ପଣ୍ଡିତ ପ୍ରକ୍ଷାତ ଅଟନ୍ତି। ନିକଟରେ ବାରଣସୀର ଜନୈକ ବୟୋଜ୍ୟେଷ୍ଠ ପଣ୍ଡିତ ପୂଜାପାଠ ସମ୍ପର୍କିତ କେତେକ ତଥ୍ୟ ସାଧାରଣ ଲୋକଙ୍କୁ ଅବଗତ କରାଇଛନ୍ତି।

ଆସନ୍ତୁ ଜାଣିବା ପୂଜା ସମ୍ପର୍କିତ କିଛି ଗୁରୁତ୍ଵପୂର୍ଣ୍ଣ କଥା-

  • ପୂଜା କରିବା ସମୟରେ ଭକ୍ତର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗ ଆଡ଼କୁ ରହିବା ଖୁବ୍ ଭଲ। ଏହାଦ୍ଵାରା ଭଗବାନ ପ୍ରସନ ହୋଇଥାନ୍ତି।
  • ଅନେକଲୋକ ନିଜ ଠାକୁର ଘରେ ଗଙ୍ଗାପାଣି ରଖନ୍ତି । ଏହା ମଧ୍ୟ ଲକ୍ଷ୍ୟ କରାଯାଏ ଯେ ପ୍ଲାଷ୍ଟିକ୍ ବୋତଲରେ ହିଁ ସେମାନେ ଗଙ୍ଗାପାଣି ରଖିଥାନ୍ତି । ପୂଜାପାଠ ନିମନ୍ତେ ପ୍ଲାଷ୍ଟିକ୍ ଜିନିଷ ଅଶୁଭ ବୋଲି କହିଛନ୍ତି ପଣ୍ଡିତ । ଏଣୁ କାଚ ବୋତଲ କିମ୍ବା ଚାନ୍ଦି ବାସନରେ ଗଙ୍ଗାଜଳ ରଖିବା ଉଚିତ । ପ୍ଲାଷ୍ଟିକ୍ ବୋତଲରେ ଗଙ୍ଗା ପାଣି ରଖିବା ଦ୍ଵାରା ତାହା ଶୀଘ୍ର ଖରାପ ହୋଇଥାଏ।
  • ମନ୍ତ୍ର ଉଚ୍ଚାରଣ କରିବା ସମୟରେ ମନକୁ ଶାନ୍ତ ରଖିବା ମଧ୍ୟ ଜରୁରୀ । ତରତର ହୋଇ ମନ୍ତ୍ର ଉଚ୍ଚାରଣ ଅଶୁଭ ଫଳ ପ୍ରଦାନ କରେ।
  • ଭଗବାନଙ୍କ ଛଡାଫୁଲ ଆଡେସାଡେ ଫିଙ୍ଗନ୍ତୁ ନାହିଁ। ଜଳ ଥିବା ସ୍ଥାନରେ ଯେମତି ପୋଖରୀ , ନଇରେ ନେଇ ପକାନ୍ତୁ।

ପଢନ୍ତୁ;

ଆପଣ ଜାଣନ୍ତି କି ? ଘରେ ଥିବା ସୁନା ବିକିବା କାହିିଁକି ଅଶୁଭ ହୋଇଥାଏ ?

Related posts

ଶ୍ରାବଣ ମାସରେ ଏହି ଉପାୟ ଦ୍ଵାରା ପ୍ରଭୁ ମହାଦେବଙ୍କୁ କରନ୍ତୁ ସନ୍ତୁଷ୍ଟ

ଉପହାର ସମ୍ପର୍କକୁ ମଧୁର କରେ ମାତ୍ର କିଛି ଉପହାର ସମ୍ପର୍କରେ ଆଣିପାରେ ତିକ୍ତତା, ଜାଣନ୍ତୁ ସେ ସମ୍ପର୍କରେ

ବାସ୍ତୁ ଅନୁଯାୟୀ ସଜାନ୍ତୁ ଅଫିସ, ସଫଳତା ମିଳିବା ସହ ଦୂର ହେବ ନକାରାତ୍ମକ ଶକ୍ତି