ପାରାଦୀପରେ ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣୂଛନ୍ତି ସରକାର

ପାରାଦୀପରେ ସ୍ଥାପନ ହେବ ପ୍ଲାଷ୍ଟିକ ପାର୍କ । ଏହି ପ୍ଲାଷ୍ଟିକ ପାର୍କରେ ପ୍ଲାଷ୍ଟିକ କ୍ଷେତ୍ରର ଅନେକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗଢ଼ି ଉଠିବ ଏବୋଂ ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ମିଳିଛି ।

ପ୍ଲାଷ୍ଟିକ ପାର୍କ ପାଇଁ ଓଡ଼ିଶା ସରକାରଙ୍କ ଇଡ୍‌କୋ ଏବଂ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌) ମଧ୍ୟରେ ଆଜି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହୋଇଛି। ଉକ୍ତ ପ୍ରକଳ୍ପରେ ଆଇଓସିଏଲ୍‌ ଇକ୍ୱିଟି ଅଂଶୀଦାର ହେବା ପାଇଁ ଏହି ଏମ୍‌ଓୟୁ ସ୍ୱାକ୍ଷର ହୋଇଛି।

ଏହି ପ୍ଲାଷ୍ଟିକ ପାର୍କ ପାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କ ରସାୟନ ଏବଂ ପେଟ୍ରୋ ରସାୟନ ମନ୍ତ୍ରାଳୟ ପକ୍ଷରୁ ୪୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇ ସାରିଛି ବୋଲି ଏହି ଅବସରରେ କେନ୍ଦ୍ର ରସାୟନ ଏବଂ ପେଟ୍ରୋ ରସାୟନ ସଚିବ ରାଜୀବ କପୁର ସୂଚନା ଦେଇଥିଲେ।

ଏଥିରେ କେତେ ପୁଞ୍ଜିନିବେଶ କରାଯିବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିର ହେବ।

ପଢନ୍ତୁ, ପାକିସ୍ତାନରୁ ବୁଦ୍ଧଙ୍କର ୧୭୦୦ବର୍ଷର ପୁରୁଣା ଶୟନ ମୂର୍ତ୍ତିର ଅଂଶ ଉଦ୍ଧାର

Related posts

ଭିଏତନାମ ରାଷ୍ଟ୍ରପତିଙ୍କ ପରଲୋକ

ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସରେ ଅଗ୍ନିକାଣ୍ଡ

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା