ସୁପ୍ରିମକୋର୍ଟ ବିବାଦର ଆଜି ହୋଇପାରେ ସମାଧାନ !

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଶୁକ୍ରବାର ୪ଜଣ ବରିଷ୍ଠ ବିଚାରପତି ବିଦ୍ରୋହକୁ ଓହ୍ଲାଇବା ପରେ ଦୀପକ ମିଶ୍ର ଏହି ପ୍ରସଙ୍ଗରେ ନିଜ ପକ୍ଷ ରଖିଛନ୍ତି। ଖବର ଅନୁସାରେ ,  ବିଚାରପତି ଦୀପକ ମିଶ୍ର ଆଜି ୪ ଜଣ ବିଚାପରତି  ଜଷ୍ଟିସ ଚେଲାମେଶ୍ୱର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏମ୍‌ ବି ଲୋକୁର ଓ ଜଷ୍ଟିସ କୁରିଏନ ଯୋଶେଫସହ ଆଲୋଚନା କରି ସମାଧାନର ସୁତ୍ର ବାହାର କରିପାରନ୍ତି ।  ସେ କହିଛନ୍ତି, ସୁପ୍ରିମକୋର୍ଟରେ ସବୁ ବିଚାରପତି ସମାନ ।

ଶୁକ୍ରବାର ଆହୂତ ସାମ୍ବାଦିକ ସମ୍ମିଳନୀରେ ଏହି ୪ ବିଚାରପତି ଅଭିଯୋଗ କରିଥିଲେ ଯେ ସୁପି୍ରମକୋର୍ଟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ମାମଲା ପ୍ରଧାନ ବିଚାରପତିଙ୍କ ନେତୃତ୍ୱ ପୀଠରେ ଶୁଣାଣି କରାଯାଉଛି । ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକୁ ବରିଷ୍ଠ ବିଚାରପତିଙ୍କ ନେତୃତ୍ୱ ପୀଠକୁ ଶୁଣାଣି ପାଇଁ ଦିଆଯାଉ ନାହିଁ । ଯେଉଁ ମାମଲାଗୁଡିକ ଦେଶ ଓ ନ୍ୟାୟପାଳିକା ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ ସେଗୁଡିକ ପ୍ରଧାନ ବିଚାରପତି ନିଜ ପସନ୍ଦର ପୀଠରେ ଶୁଣାଣି ପାଇଁ ନିର୍ଦେଶ ଦେଉଛନ୍ତି । ଏ କ୍ଷେତ୍ରରେ ଧାର୍ଯ୍ୟ ନିୟମକୁ ଉପେକ୍ଷା କରାଯାଉଛି । ସୋରାବୁଦ୍ଦିନ ଶେଖ ମିଥ୍ୟା ଗୁଳିବିନିମୟ ମାମଲାର ବିଚାର କରୁଥିବା ସିବିଆଇ ବିଚାରପତି ବିଏମ୍‌ ଲୋୟାଙ୍କ ସନେ୍ଦହଜନକ ମୃତ୍ୟୁ ଘଟଣାର ବିଚାର ବରିଷ୍ଠ ବିଚାରପତିଙ୍କ କୋର୍ଟରେ କରାଯିବା ପରିବର୍ତ୍ତେ ୧୦ନମ୍ବର କୋର୍ଟରେ କରିବାକୁ ପ୍ରଧାନ ବିଚାରପତି ନିର୍ଦେଶ ଦେଇଛନ୍ତି।

ମେଡିକାଲ କଲେଜ ନାମଲେଖା ଦୁର୍ନୀତି ମାମଲାରେ ଜଷ୍ଟିସ ଚେଲାମେଶ୍ୱରଙ୍କ ନେତୃତ୍ୱ ପୀଠ ୫ଜଣିଆ ପୀଠରେ କରିବାକୁ ରାୟ ଦେଇଥିଲେ । ଜଷ୍ଟିସ ଚେଲାମେଶ୍ୱରଙ୍କ ଏହି ନିର୍ଦେଶକୁ ପ୍ରଧାନ ବିଚାରପତି ଖାରଜ ପୂର୍ବକ ମାମଲାକୁ ୭ନମ୍ବର କୋର୍ଟରେ କରିବାକୁ ନିର୍ଦେଶ ଦେଇଥିଲେ । ପ୍ରଧାନ ବିଚାରପତି ସବୁବେଳେ ନିଜକୁ ବୃହତ୍ତର ପୀଠ ଅପେକ୍ଷା ଦୁଇ/ତିନି ଜଣିଆ ବିଚାରପତି ପୀଠରେ ସାମିଲ କରୁଛନ୍ତି ।

ଏହି ପ୍ରସଙ୍ଗରେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି ଯେ ଶନିବାର ସୁପ୍ରିମକୋର୍ଟ ବିଚାରପତିଙ୍କ ସବୁ ବିବାଦର ଅନ୍ତ ହୋଇଯିବ ଓ ସବୁ ମାମଲାର ସମାଧାନ ହେବ ବୋଲି ଆଶା କରାଯାଉଛି ।

ପଢନ୍ତୁ ;“ପାସପୋର୍ଟ” ଏବେ ପରିଚୟ ପ୍ରମାଣପତ୍ରର କାମ କରିବ ନାହିଁ ! ଜାଣନ୍ତୁ କାରଣ

Related posts

ବ୍ୟାନ୍‌ ଭୟରେ ୬୦ ଲକ୍ଷ ଭିଡିଓ ଡିଲିଟ୍‌ କଲା ଟିକ୍‌ ଟକ୍‌

ଚନ୍ଦ୍ରଯାନ-୨ ପାଇଁ ଇସ୍ରୋ ବୈଜ୍ଞାନିକମାନଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ

ୟୁନିଫର୍ମରେ ଲେଫ୍‌ଟିନାଣ୍ଟ୍‌ କର୍ଣ୍ଣଲ ଏମ୍‌ଏସ୍‌ ଧୋନି