ସଲ୍ମାନ ଖାନ ଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ଧମକ! କାରଣ କ’ଣ,ଆସନ୍ତୁ ଜାଣିବା

ଏକ ସମସ୍ୟାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ସଲ୍ମାନ।

୧୯୯୮ କୃଷ୍ଣସାର ମୃଗ ଶିକାର ମାମଲାରେ ଶୁକ୍ରବାର ଯୋଧପୁର କୋର୍ଟରେ ହାଜର ହୋଇଥିଲେ ଅଭିନେତା ସଲମାନ ଖାନ । ଏହି ଅବସରରେ କୋର୍ଟ ପରିସରରେ ଭାଇଜାନ ଙ୍କୁ ମିଳିଛି ଗ୍ୟାଙ୍ଗଷ୍ଟରଙ୍କ ଧମକ ।ଏହି ଗ୍ୟାଙ୍ଗଷ୍ଟାର ବ୍ୟକ୍ତିଙ୍କ ନାମ ଲରେନ୍ସ ବିଷ୍ଣୋଇ।ଗ୍ୟାଙ୍ଗଷ୍ଟାରରେନ୍ସ ଖୋଲାଖୋଲି ଭାବେ ଭାଇଜାନଙ୍କୁ କୋର୍ଟ ପରିସରରେ ଧମକ ଦେଇଛନ୍ତି ।

ଖବର ଅନୁସାରେ,

ସୁରଜ ବଡ଼ତିଆଙ୍କ ‘ହମ ସାଥ୍ ସାଥ୍ ହୈ’ ଫିଲ୍ମର ସୁଟିଂ ବେଳେ ସହ କଳାକାରଙ୍କ ସାଙ୍ଗରେ ମିଶି ସଲମାନ କୃଷ୍ଣକାୟ ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । ମୃଗ ଶିକାର ଉପରେ କଟକଣା ଲାଗିଥିବା ବେଳେ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମସ୍ତଙ୍କୁ କୋର୍ଟର କାଠଗଡାକୁ ଟଣାଯାଇଥିଲା । ସେପ୍ଟେମ୍ବର ୧୩ରୁ ମାମଲାର ଚୂଡାନ୍ତ ଶୁଣାଣି ଆରମ୍ଭ ହୋଇଛି । ତେବେ ଗତ ଶୁକ୍ରବାର କ୍ରମାଗତ ଦ୍ୱିତୀୟ ଦିନ ସଲମାନଙ୍କ କୋର୍ଟରେ ହାଜର ହୋଇଥିଲେ ।

 

Related posts

‘ଆଗରା’ ଜରିଆରେ ବଲିଉଡ଼କୁ ଫେରୁଛନ୍ତି ଆଶିକି ଷ୍ଟାର ରାହୁଲ ରୟ

ଟିକଟକ୍ ରେ ବିବାଦୀୟ ଭିଡିଓ ସେୟାର୍ କରି ଗିରଫ ହେଲେ ଅଭିନେତା ଏଜାଜ୍ ଖାନ୍

ଇଟାଲୀର ନାପୋଲିରେ ଚମକିଲେ ଦୂତୀ ଚାନ୍ଦ, ଇଂରାଜୀ ପତ୍ରିକାର କଭର୍‌ ପେଜ୍‌ରେ ଚମକିଲେ