ଗ୍ୟାସ୍ ସିଲିଣ୍ଡର ଫାଟି ମା’, ଝିଅ ମୃତ ଏବଂ ବାପା ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନୂଆ ଭୂବନ ଗ୍ରାମରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଯିବାରୁ ଜଣେ ମହିଳା ଓ ତାଙ୍କ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକମାନେ ହେଲେ ମମତା ପୋଥାଳ ଓ ତାଙ୍କ ଝିଅ ଜ୍ୟୋତ୍ସ୍ନାମୟୀ । ଅପରପକ୍ଷରେ ମମତାଙ୍କ ସ୍ୱାମୀ ଦୁର୍ଯେ୍ୟାଧନ ଆହତ ହୋଇଛନ୍ତି।

ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଦୁର୍ଯ୍ୟୋଧନ ଗୁରୁତର ହେବା ସହ ତାଙ୍କର ୯ ବର୍ଷର ପୁଅ ଶିବ ପୋଥାଳ ମଧ୍ୟ ଆହତ ହୋଇଛନ୍ତି। ପରିବାର ସଦସ୍ୟଙ୍କୁ ସ୍ଥାନୀୟ ବ୍ୟକ୍ତି ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତି କରିଥିଲେ। ଏହା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଭୋର ସମୟରେ ଦୁର୍ଯୋଧନ ଶୈାଚ ପାଇଁ ପୋଖରୀକୁ ଯାଇଥିବା ବେଳେ ଝିଅ ଜ୍ୟୋସ୍ନା ଗ୍ୟାସରେ ଚା’ କରିବା ଲାଗି ଯାଇଥିଲେ। ହଠାତ୍‌ ଗ୍ୟାସରୁ ନିଆଁ ଲାଗି ତାଙ୍କ ଦେହରେ ଲାଗି ଯାଇଥିଲା। ସେ ଚିତ୍କାର କରିବାରୁ ମା’ ମମତା ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହେଲେ ଉଭୟ ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଖବରପାଇ ବାପା ଦୁର୍ଯ୍ୟୋଧନ ପହଞ୍ଚି ଉଭୟଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିଲେ।

ପଢନ୍ତୁ; ପୋଲିସ କମିଶନରେଟଙ୍କ ନିଷ୍ପତି:ଚାନ୍ଦା ଜୁଲମ କଲେ ବନ୍ଧା ହେବ

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ