ରାଜପଥରେ ଏଲପିଜି ଗ୍ୟାସ୍‌ ଟ୍ୟାଙ୍କର୍‌ ଲିକ୍‌

କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଉପକଣ୍ଠ ଚନ୍ଦ୍ରବାହାଳଠାରେ ଗତକାଲି ଅପରାହ୍ନରେ ଏଲପିଜି ବୋଝେଇ ଟ୍ୟାଙ୍କରରୁ ହଠାତ ଗ୍ୟାସ ଲିକ ହେବାରୁ ଅଞ୍ଚଳବାସୀ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ୪ଟି ଦମ୍‌କଳ ପାଣି ପକାଇ ଟ୍ୟାଙ୍କରକୁ ଥଣ୍ଡା ରଖିବା ବ୍ୟବସ୍ଥା କରିଥିବା ବେଳେ ମୁଣ୍ଡୁଳିରୁ ତୁରନ୍ତ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚିଥିଲା।

ଇଣ୍ଡେନ୍‌ ଗ୍ୟାସ୍‌ର ଏହି ଟ୍ୟାଙ୍କର (ଏନ୍‌ଏଲ୍‌୦୧ଏନ୍‌୮୫୯୨)ଟି ପାରାଦ୍ୱୀପ୍‌ରୁ ଝାର୍‌ସୁଗୁଡ଼ା ଯାଉଥିଲା। ଏଥିରେ ୨୩ ମେଟ୍ରିକ ଟନ୍‌ ଗ୍ୟାସ୍‌ ରହିଥିଲା। ପାଖାପାଖି ୬ ମେଟ୍ରିକ୍‌ ଟନ୍‌ ଗ୍ୟାସ୍‌ ବାହାରିଯିବା ପରେ ଚାପ କମିଥିଲା। ପରିସ୍ଥିତି ନିୟନ୍ତ୍ରଣ ହେବା ପରେ ଚାଳକ ଟ୍ୟାଙ୍କର ପାଖକୁ ଫେରି ଏହି ଭଲ୍‌ଭକୁ ବନ୍ଦ କରିଥିଲେ।

ଜିଲ୍ଲାପାଳ ଅନିଲ ସାମଲଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ଓ ଆଇଓସିଏଲ୍‌ କର୍ମକର୍ତ୍ତା ପହଞ୍ଚିଥିଲେ। ଏହି ଟ୍ୟାଙ୍କର ଅସୁରକ୍ଷିତ ଭାବେ ଆସିବା ଅଭିଯୋଗରେ ଟ୍ୟାଙ୍କର୍‌ ମାଲିକଙ୍କ ନାମରେ ଏତଲା ଦିଆଯାଇଛି। ଗାଡ଼ି ସହ ଚାଳକ ମାଜିଷ୍ଟର ରାଏଙ୍କୁ ମଧ୍ୟ ଅଟକ ରଖାଯାଇଛି। ଫ୍ୟାକ୍ଟ୍ରି ଆଣ୍ଡ ବଏଲର କର୍ମଚାରୀ ଏହାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି।

ପଢନ୍ତୁ;ନିଜର ଟ୍ୱିଟର ଆକାଉଣ୍ଟରେ ନ୍ୟୁ ବର୍ନ ବେବି ନାମ ଘୋଷଣା କଲେ ଶାହିଦ୍

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ