ବିବାହ ଋତୁରେ ଗ୍ରାହକଙ୍କୁ ବଡ଼ ଝଟକା, ରେକର୍ଡ ଭାଙ୍ଗିଲା ସୁନା ଦର

Untitled 1

ରେକର୍ଡସ୍ତରରେ ସୁନାଦର । ବଜାରରେ ଏବେ ସୁନା ଦର ଆକାଶଛୁଆଁ । ୧୦ ଗ୍ରାମ ପ୍ରତି ସୁନା ଦର ୩୪ହଜାର ଟପିଛି । ଯାହାକି ଭାରତୀୟ ବଜାରରେ ସୁନା ଦରରେ ଏକ ରେକର୍ଡ । କାରଣ ପୂର୍ବରୁ କେବେ ସୁନା ଦର ଏତେ ନଥିଲା । ଗ୍ଲୋବାଲ୍‌ ମାର୍କେଟ୍‌ ଏବଂ ଭାରତୀୟ ବଜାରରେ କ୍ରମାଗତ ଭାବେ ସୁନା ଦର ବଢିବାରେ ଲାଗିଛି । ବିଶେଷ କରି ଗତ ୬ ଦିନ ଧରି ଲଗାତାର ଦର ବୃଦ୍ଧି ପାଉଛି ।ବଜାର ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆଗକୁ ସୁନା ଦର ପୁଣି ବଢିବ ।

ଗୋଟିଏ ପଟେ ଆମେରିକା, ଚାଇନା ମଧ୍ୟରେ ବାଣିଜ୍ୟିକ ଲଢେଇ ଆରମ୍ଭ ହୋଇଛି ।ଇରାନ,ଆମେରିକା ଓ ଚୀନର ତୈଳବଜାର ଏହାକୁ ନେଇ ପ୍ରଭାବିତ ହୋଇଛି । ତେଣୁ ଅଧିକାଂଶ ଲୋକ ଏବେ ତେଲ ଅପେକ୍ଷା ସୁନାରେ ଅଧିକ ନିବେଶ କରିବାକୁ ଚାହୁଁଛନ୍ତି । ଅନେକ ରାଷ୍ଟ୍ର ନିଜର ରାଜକୋଷରେ ଆମେରିକୀୟ ଡଲାର  ଅପେକ୍ଷା ସୁନା ରଖିବାକୁ ମନ ବଳାଉଛନ୍ତି । ଯାହାକି ପରୋକ୍ଷରେ ସୁନା ଦରକୁ ଅଧିକରୁ ଅଧିକ ବଢାଇ ଚାଲିଛି । ଆଗକୁ ବିବାହ ଋତୁ ଥିବାରୁ ସୁନା ଦର ୩୫ହଜାର ଟପିଯିବା ଅନୁମାନ କରାଯାଉଛି ।

ପଢନ୍ତୁ: ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନରେ ନରସିଂହଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା

Related posts

ପାଗଳ ବେଶରେ ବିଦ୍ୟାଳୟ ପରିଦର୍ଶନରେ ଆସିଲେ ବିଇଓ, ଛଦ୍ମବେଶରେ ଆସି ହଟହଟା ହେଲେ

ଭୁବନେଶ୍ବରରେ ପାର୍କିଂ ନାଁରେ ଗ୍ରାହକଙ୍କୁ ଲୁଟୁଛନ୍ତି ସପିଂ ମଲ୍ ମାଲିକ

ଦୁନିଆର ଶ୍ରେଷ୍ଠ ପ୍ରଶଂସିତ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି